ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ନାଆଁଟି ମୋର କଲମ - ମିଥୁନ୍ ସାହୁ

ନାଆଁଟି ମୋର କଲମ - ମିଥୁନ୍ ସାହୁ


ଏମିତି ମୁଁ ଏକ       ଜିନିଷଟେ ଦେଖ
        ନାଆଁଟି ମୋର କଲମ,
ନୁହେଁ ଆଉ କିଛି    ଲେଖିବା ହେଉଛି
       ଏହାହିଁ ମୋର କରମ,,।।
କାଳୀ ଥିବାଯାଏଁ    ମତେ ତ ସଭିଏଁ
        ପାଉଥାନ୍ତି କେତେ ଭଲ,   
ସରିଗଲା ପରେ    କିଏବା ପଚାରେ
        ନଥାଏ କିଛି ମୋ ମୂଲ,,।।
ହାତେ ଧରି ମତେ ଲେଖୁଛନ୍ତି କେତେ
         ହୃଦୟ ଭିତର କଥା,
କାହାକୁ କେବେବି    ପର ମୁଁ ନଭାବି
       ସଭିଙ୍କୁ ଭାବେ ମିତ୍ରତା,,।।
କବିର ଭାବରୁ         କଲମ ମୁନରୁ
      ଝରିପଡ଼େ କେତେ ଲେଖା,
କବିଟିଏ ମତେ      ଭାବୁଥାଏ ସତେ
       ସବୁବେଳେ ତାର ସଖା,,।।
ହୁଏ କାହାପାଇଁ     ଖେଳନାଟେ ମୁହିଁ
         ଜୀବନ ପୁଣି କାହାର,
ସଭିଏଁ ମୋ ପାଇଁ     ସମାନ ଅଟଇ
        ନାଆଁଟି କଲମ ମୋର,,।।

ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ