ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୋ ପାଇଁ ଗୋଟିଏ ତୁମେ - ସିଦ୍ଧେଶ୍ଵର ତ୍ରିପାଠୀ

ମୋ ପାଇଁ ଗୋଟିଏ ତୁମେ - ସିଦ୍ଧେଶ୍ଵର ତ୍ରିପାଠୀ


ମୋପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ
ପ୍ରେମର ସଙ୍ଗୀତ ଗାଉଛି ଗାଇବି
ଗାଉଥିବି ତୁମନାମେ ।

ମନ ଆକାଶର ତାରା ଗହଣରେ
ତୁମେ ଗୋଟେ ରୂପା ଜହ୍ନ
ଆଉ ଫେରିବାର ବାଟ ଯମା ନାହିଁ
ହଜେଇ ଦେଇଛି ମନ ।

କେବେ ତୁମପାଇଁ ଲୁହେ ଭିଜୁଥାଏ
କେବେ  ମୁଁ ହସରେ ଝୁମେ
ମୋ ପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ  - - - - - -

ଦିଅ ଉପହାର କିଅବା ଜହର
ଖୁସିରେ ତୁମଠୁ ନେବି
ଦେହରେ ଜୀବନ ଥିବାଯାଏ ପ୍ରିୟା
ତୁମକୁ ଭଲ ପାଇବି ।

ପ୍ରେମ ବିଶ୍ୱାସର ପ୍ରୀତି ଅମୃତକୁ
ନିତିମୋ ଅଧର ଚୁମେ
ମୋପରି ତୁମକୁ କୋଟିଏ ମିଳିବେ
ମୋ ପାଇଁ ଗୋଟିଏ ତୁମେ - - - - - -

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

0 Comments