Information

ମେଗା ସିରିଏଲ - ରମାକାନ୍ତ ମିଶ୍ର


ଆଜିର ମେଗା ସିରିଏଲ,
ଅଡୁଆ ସୁତା ।
ଯେତେ ଖୋଲିବ ସେତେ ଅଡୁଆ ।
କେତେବେଳେ ଖୋଲୁଥିବ,
କେତେବେଳେ ପୁଣି,
ଅଡୁଆ ହୋଇ ଯାଉ ଥିବ,
ସେହି ଗୋଟିଏ ଯାଗାରୁ,
ଆରମ୍ଭ ହୋଇ ସେଇଠାରେ,
ବର୍ଷ ବର୍ଷ ଧରି,
କାହାଣୀ ଘୁରି ବୁଲୁଥିବ ।
ଦେଖିବା ଲୋକ ଜାଣୁ ଥିବ,
ଯାହା ଦେଖୁଚି ସବୁ ବେକାର,
କିନ୍ତୁ ଦେଖିବା ଛାଡି ପାରୁ ନ ଥିବ ।
ମେଗା ସିରିଏଲ ଏକ ସ୍ଲୋ ପଏଜନ,
ଥରେ ଦେଖି ସରିବା ପରେ,
ନିଶା ହୋଇଯାଏ ।
ଆଉ ଛାଡିବା ନାମ ନିଏ ନାହିଁ  ।
ଥରେ ସିରିଏଲ ମାୟା ରେ ପଡିଗଲେ,
ତାପରେ ଆଉ କେହି,
ରକ୍ଷା କରି ପାରିବେ ନାହିଁ  ।
ଏବେକା ମେଗା ସିରିଏଲ
ସମୟ କାଟିବାର,
ମନୋରଂଜନର,
ବୋକା ବନିବାର,
ସବୁଠାରୁ ବଡ଼ ସାଧନ ।
ଲୋକେ ମନ୍ଦିର ଯିବା ଛାଡି ଦେବେ,
ସିରିଏଲ ଦେଖା ଛାଡିବେ ନାହିଁ  ।

ରମାକାନ୍ତ ମିଶ୍ର
ଭି - ଆଇ - ଏମ - ୨୬୮ 
ଶୈଳଶ୍ରୀ ବିହାର, ଭୂବନେଶ୍ୱର 

Post a Comment

0 Comments