Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାତୃଶକ୍ତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ମାଆ ବୋଲି ଯେଉଁ ଶବଦ କେଡେ ମଧୁର ସତେ
        ତା ସମାନ କେହି ନୁହଇ ପରା ତିନି ଜଗତେ  ।।

ମାଆ ଶଦ୍ଦ ସୁଧା କରିଲେ ପାନ ଯଶ କିରତୀ
         ଧନ,ଆୟୁ,ବଳ ବଢଇ ମିଳେ ସରଗ ଶାନ୍ତି  ।।

ମାଆ ସ୍ନେହ , ଶ୍ରଦ୍ଧା ଲଭଇ ଯେଉଁ ସନ୍ତାନ ହେଳେ
      ତ୍ରିଦିବ ଐସୋର୍ଯ୍ୟ ଲାଗଇ ତୁଚ୍ଛ ତା ସମିପରେ ।।

ମାଆ ପଦଧୂଳି ଜାହ୍ନବୀ ମାଟି ଠାରୁ ପବିତ୍ର
   ମଥାରେ ଲେପିଲେ ଜୀବନେ କ୍ଷାତୀ ମିଳଇ ସୁଖ ।।

ମାଆ ପଣତର ଉଢାଳେ ଥାଏ ବୈକୁଣ୍ଠ ଶିରୀ
     ଡର ଭୟ ନାହିଁ କାଳ ବି କେବେ ନପାରେ ଧରି ।।

ମାଆ ର ଆଶିଷ ଲଭିଲେ କୋଟି ଜନ୍ମ ର ପୂଣ୍ୟ
      ମିଳଇ , ବୈକୁଣ୍ଠ ପୁରକୁ ଯାତ୍ରା ହୁଏ ସୁଗମ  ।।

ମାଆ ସର୍ବ ଦେବାଦେବୀ ଙ୍କ ଅଗ୍ର ପୁଜ୍ୟ ଅଟଇ
      ସେ ପଦ ସେବକ ପ୍ରଫୁଲ୍ଲ ନିତ୍ୟ ତାକୁ ସ୍ମରଇ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋରଧା

Post a Comment

0 Comments