Information

ମାନସିକ ଚାପ - ସଦାନନ୍ଦ ସାହୁ


ଦ୍ରୁତ ପ୍ରଗତିର  ଆଧୁନିକ  ଯୁଗ
ତଥାପି  କାହିଁକି ଦୁଃଖ ,
ମାନସିକ ଶାନ୍ତି ଦୁରେଇ ଯାଉଛି
ପ୍ରତୀତ ହଉନି ସୁଖ ! !

ଅବସାଦ ଦୁଃଖ କରୁଛି ବିମୁଖ
ସଭ୍ୟତାର ସଦ୍ୟ ଚିତ୍ର ,
ସୁନିଦ୍ରା ନାହିଁ ରାତ୍ରୀ ଯାଏ ପାହି
ରୋଗ ଶୋକ ସାଜେ ମିତ୍ର ! !

କି-ଅବା କାରଣ ବିଷୟ କରଣ
କହିକି ପାରିବ ବନ୍ଧୁ , ?
କର୍ମ ଜଞ୍ଜାଳରେ ସାରା ଦିନ ସରେ
ଝରି ପଡ଼େ ଲୁହ ବିନ୍ଦୁ ! !

ଚିତ୍ତ ବିନୋଦନ ନାହିଁତ ସମୟ
ଅହୋରାତ୍ର ଧନ ଚିନ୍ତା , 
କାହୁଁବା ମିଳିବ ମାନସିକ ଶାନ୍ତି
ପ୍ରେମର  କୁହୁକ ବାର୍ତ୍ତା ! !

ସମାଜିକ ବ୍ୟାଧି ସାଜି ସାରିଲାଣି
ମାନସିକ ଚାପ ରୋଗ ,
ମତିଷ୍କ ବିକୃତ  କରି ଦିଏ ସତ୍ୟ
ସ୍ଵପ୍ନ ହୁଏ ସୁଖ ଭୋଗ ! !

ଉଚ୍ଚ ରକ୍ତ ଚାପ  ଜୀବନ ଘାତକ
ସୁନା ସଂସାର ର ଶତ୍ରୁ ,
ରୋଗ ସୃଷ୍ଟି କରେ ଇଏ ସଶରୀରେ
ମନେ ଆଣେ କେତେ କିନ୍ତୁ ! !

ଚିତ୍ତବିନୋଦନ  କର ବନ୍ଧୁଗଣ
ଦୁଃଖ ଯାଅ ସବୁ ଭୁଲି ,
କ୍ଷଣ ସ୍ଥାୟୀ  ଏଇ ଜୀବନଟା ଭାଇ
କିଏବା ଦେଖିଛି କାଲି ! ! 

ଚାପ ଗ୍ରସ୍ତ ଜମା ହେବା ନାହିଁ ବାବା
କରହେ ପ୍ରତିଜ୍ଞା ସର୍ବେ ,
ଏଚାପ ଦିବସ ଫୁଟେଇବ ହସ
ଆମ୍ଭେ ପରା ଅନୁଭବେ ! !

ପୃଷ୍ଟି କର ଖାଦ୍ୟ କରହେ ଭକ୍ଷଣ
ଶରୀର ରହିବ ସୁସ୍ଥ ,
ନିୟମିତ ଭାବେରୁହ ଯୋଗାଭ୍ୟାସେ
ରମଣୀୟ ହେବ ସ୍ଵାସ୍ଥ୍ୟ  ! !

ନିଦ୍ରା ଯାଆ  ବେଶି ଉପଯୋଗି ରାତି
ସଂକଳ୍ପରେ ବିତୁ ଦିନ  ,
ଦୃଢ ମନା ହୋଇ କାର୍ଯ୍ୟ କର ଚେତି
ଚାପ ଘର ହେବ ଶୂନ  ! !

ଏଚାପ ଦିବସ  ଫୁଟାଇବ ହସ
କାର୍ତ୍ତିକ ର ବୁଧବାର , 
ମାନବସମାଜ  କରନାହିଁ ଦୁଃଖ
ସର୍ବେ ଢାଳ ପ୍ରୀତି ନୀର ! !

ନଭେମ୍ବର ମାସ ପ୍ରଥମ ସପ୍ତାହ
ବୁଧବାର ସ୍ମୃତି  ପ୍ରୀତି ,
ଏହି ଦିନଟିକୁ ମନେ ରଖିବାକୁ
ଚାପରୁ ହୁଅହେ ମୁକ୍ତି ! !

ସଦାନନ୍ଦ ସାହୁ, କାରା କର୍ମଚାରୀ 
କେନ୍ଦ୍ରୀୟ କାରାଗାର, ଚୌଦ୍ଵାର, କଟକ

Post a Comment

0 Comments