Information

ମାଆ ହେଲା ଦାୟୀ - ସରୀତା ମହାନ୍ତି


ଜନ୍ମ ମୃତ୍ୟୁ ଆମ ଜଣଙ୍କ ହାତରେ
   ନିର୍ଦ୍ଧାରିତ ହୋଇଥାଏ,
କାହାର କେବେଯେ ମୃତ୍ୟୁଆସିଥାଏ
     ସାଇଁ ନିଜେ ଜାଣିଥାଏ   ।

କୋମଳ ହୃଦୟ ମାଆଠାରେଥାଏ,
     ସ୍ନେହମୟୀ ମାଆସିଏ,
ନିଜହାତେଆଜି ପୁଅର ମୃତ୍ୟୁର
     କାରଣ କିପରି ହୁଏ   ।

ପୁଅକୁ ମାରିବ ନାମ ରଖିଯିବ
    ବିଭୁ କଣ ଲେଖିଥିଲେ,
କାଳ ତା ପୁରିଲା ଜୀବନବିଗଲା
     ମାଆ ତା ଦୋଷୀ ହୋଇଲା। 

ନିଶାମୁକ୍ତ ଦେଶୁ ହେଉଅଛିବୋଲି
    ଶ୍ଳୋଗାନ ବି ଚାଲିଅଛି,
ନିଶା ଯୋଗୁଁ ଆଜି ଘରପରିବାର
   ଅକାଳେ ଝଡିପଡୁଛି  ।

ଜନ୍ମଦାତ୍ରୀ ଆଜିହତ୍ୟାକାରୀ ସାଜି
    ନିଜେ ଦଣ୍ଡ ଭୋଗୁଅଛି,
ମାଆ,ଛୁଆଙ୍କର ନିବିଡସମ୍ପର୍କ
   ନିଶାରେ ବଳି ପଡୁଛି   ।

ନିଶାମୁକ୍ତ କେବେ ହେବନାହିଁ ଦେଶୁ
    ନିଶାରେ ବୁଡିବେ ସବୁ
ଲାଇସେନସ୍ ପାଇ ଚିରଞ୍ଜିବୀସିଏ
   ସମସ୍ତେ ହୋଇବେ କାବୁ  ।
ନିଶା ପାଇଁ ସବୁ ସମ୍ପର୍କ ହଜିବ
       ଅଘଟନ ଘଟୁଥିବ,
ନିଇତି ଖବର ଛାପୁଅଛି ବୋଲି
    ସାମ୍ବାଦିକ ଖୁସିହେବ  ।

କିଏ କଣ ଏଠି ହରାଇଲା ବୋଲି
   କାହାରି ମନରେ ନାହିଁ,
ମୃତ୍ୟୁର ସମୟ ନିର୍ଦ୍ଧାରିତ ଥିଲା
   ମାଆ ହେଲା ଆଜି ଦାୟୀ   ।

ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆ ପାଳ, ବାଲିଆ ପାଳ, ବାଲେଶ୍ୱର

Post a Comment

0 Comments