Information

ଦଡକଙ୍ଗିଆ ଗ୍ରାମରେ ଯୁବକ ଯୁବତୀ ମାନଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ପରିବେଷଣ ଏବଂ କାର୍ତ୍ତିକ ପୂର୍ଣ୍ଣମୀର ପୂର୍ଣ୍ଣକୁମ୍ଭ ବିସର୍ଜନ

ତା ୨୩/୧୧/୨୦୧୮ - କନ୍ଧମାଳ : ମହା ସମାରୋହରେ ଶେଷ ହୋଇଛି ପବିତ୍ର ପୁଣ୍ୟ ମାସ କାର୍ତ୍ତିକ । ମାସ ସାରା ହବିଷ କରିଥିବା ଆବାଳ ବୃଦ୍ଧ ବନିତା ଆଜି ପ୍ରାତଃ ସ୍ନାନ କରି ଡ଼ଙ୍ଗା ଭସାଇ ନିଜର ପୁଣ୍ୟ ଅର୍ଜନ କରିଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠ ଏବଂ ନଦୀତଟରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଖ୍ୟାତ ମନ୍ଦିର ଗୁଡିକ ମଧ୍ୟରେ ଚକାପାଦ, ଡୁଙ୍ଗି, ସୋନପୁର, ଖଡଗେଶ୍ୱର, ଜଳେଶ୍ବର, ମୋହନଗିରି ଇତ୍ୟାଦିରେ ସ୍ଥାନରେ ରାତି ତିନିଟା ସମୟରୁ ବିଭିନ୍ନ ଅଞ୍ଚଳର ଲୋକମାନେ ବୋଇତ ଭାସାଇ ଶିବ ଦର୍ଶନ କରି ଫେରିଯାଇଛନ୍ତି । ବିଶେଷ କରି ଛାଡ଼ଖାଇ ଶନିବାରେ ପଡ଼ୁଥିବାରୁ ଏ ବର୍ଷ ପ୍ରାୟ ଲୋକେ  ନିରାମିଷ ବଣଭୋଜି ଆୟୋଜନ କରି ବିଭିନ୍ନ ଶୈବ ପୀଠରେ ଭିଡ଼ ଜମାଇଛନ୍ତି । ତୁମୁଡିବନ୍ଧ ଜଳେଶ୍ବର ଶୈବପୀଠରେ ଏବଂ ସୁରୁବାଲି ଖଡଗେଶ୍ୱର ଶୈବପୀଠରେ ଅଧିକ ଜନ ସମାଗମ ହୋଇଛନ୍ତି । ପ୍ରାଚୀନ ପରମ୍ପରା ଆଜିବି ଯୁବପୀଢ଼ିରେ ଆଦୃତ । କନ୍ଧମାଳର କୁର୍ତ୍ତମଗଡ଼ ଅନ୍ତର୍ଗତ ଦଡକଙ୍ଗିଆ ଗ୍ରାମରେ ଯୁବକ ଯୁବତୀ ମାନେ ପାରମ୍ପରିକ ନୃତ୍ୟରେ କାର୍ତ୍ତିକ ପୂର୍ଣ୍ଣମୀର ପୂର୍ଣ୍ଣକୁମ୍ଭକୁ ବିସର୍ଜନ କରିଛନ୍ତି । ଏହି ନୃତ୍ୟରେ ହଳଦୀ ଓ ଅଳତା ପାଣିରେ ଏକ ବୃଦ୍ଧା ସଭିଙ୍କୁ ଗାଧୋଇ ଦେବାର ନିୟମ ରହିଛି । ଦେଖନ୍ତୁ ଏହାର କିଛି ଝଲକ ।
Reported By
Simanchal Rana, Kandhamal

Post a Comment

0 Comments