Information

କଣ ସମୟ ଏମିତି ବଦଳେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଭଲପାଇବା ଶିଖାଇ ଦେଇଅଛ ତୁମେ
ଏ ଜୀବନ ମଧ୍ୟାହ୍ନ ରେ ତୁମ ଆଗମନ
ଫୁଲ ରୁ ଝରିଲା ମହୁ ତହୁଁ କ୍ରମେ କ୍ରମେ
ନିଗୁଢ ହୋଇଲା ସଖୀ ତୁମ ମୋର ପ୍ରେମ  ।।

ସୁଧାଂଶୁ ଜୋଛନା ମଖା ମଖମଲ୍ଲୀ କାନ୍ତି
କଅଁଳ ବୟଷୀ ଚାଲି ଅବା ରାଜହଂସୀ
ଉଦିତ ଅରୁଣ ଓଷ୍ଠେ ମୁକ୍ତା ଦନ୍ତପଂକ୍ତି
ବିଧୁମୁଖୀ ପ୍ରୀୟବତୀ ଆଗୋ ମଦାଳସୀ  ।।

ଦେଖିଦେଲେ ମନେ ଆସେ ସିହରଣ ଆସେ
ନ ଦେଖିଲେ ଆଖି ପଲକ ନପଡେ ସଖୀ
ସେ ଚାନ୍ଦିନୀ ହସ ଲପନା ସୁନ୍ଦର ଦିଶେ
ବାନ୍ଧି ଦେଇ ଥିଲ ଅମାନିଆଁ ପ୍ରାଣ ପକ୍ଷୀ  ।।

ଜୀବନର ତୁମେ ପ୍ରଥମ ପ୍ରେମର ସାଥି
ପ୍ରଥମ ସଜ କୁସୁମ ସଉରଭ ମହୁ
ପ୍ରଥମ ଚୁମ୍ବନ ଶବଦେ ମୋହିତ ବିଥି
ଝରିଯାଇଥିଲା ସରମର ଝାଳ ଦେହୁ  ।।

ସେଦିନର ସେଇ ଅଭୁଲା ସ୍ମୃତି ର ବେଳ
ବିତିଯାଇଅଛି ମନରେ ଆଙ୍କିଛି ରେଖା
ତୁମେ ଥିଲ ଗୋଟେ ଛଳଛଳ ନଈ ଧାର
ସୁଷ୍କ ମରୁ  ପ୍ରାନ୍ତେ ଅଦିନେ ଦେଇକି ଦେଖା  ।।

ମତୁଆଲା ମନ ଫିକା ପଡ଼ିଲାଣି ଆସି
ତଥାପି ସାଉଁଟା ସ୍ମୃତି ହୃଦୟ ପଟଳେ
ଯାଗି ଉଠେ କେବେ, ଭାବେ ମୁଁ ଏକାନ୍ତେ ବସି
ଶୈଶବୁ,ବାର୍ଦ୍ଧକ୍ୟ ବେଳ (କ'ଣ) ଏମିତି ବଦଳେ  ??

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments