Information

କଳାରୁଦ୍ରମଣି ହେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


କଳାରୁଦ୍ରମଣି ହେ କୈଳାସ ପତି
କର୍ପୂର ଗୈାର ମୂରତି , ପାର୍ବତୀ ପତି
କଳାରୁଦ୍ରମଣି ହେ…… ।।

ଜଟାଜୁଟ ବିମଣ୍ଡିତ , ନୀଳକଣ୍ଠ
ଭୁଜଙ୍ଗ ମଣ୍ଡିତ  , ଭସ୍ମ ବିଲେପିତ
ଉଜ୍ଜ୍ବଳ କାନ୍ତି  ,  ଝଟକୁ ଥାନ୍ତି
କଳାରୁଦ୍ରମଣି ହେ କୈଳାସ ପତି….. ।।

ଶଶାଙ୍କ ଶେଖର ହର , ମହେଶ୍ବର
ଜଟାରେ ଶୋଭିତ , ଜାହ୍ନବୀ ଧାର
ଡମ୍ଵରୁ ଶୋଭିତ  , ତ୍ରୀଶୂଳ ଶକ୍ତି
କଳାରୁଦ୍ରମଣି ହେ କୈଳାସ ପତି……  ।।

ଗଳେ ଶୋହେ ଅସ୍ଥି ମାଳ , ଭୋଳେଶ୍ଵର
ନଟରାଜ ନଟି ବଡ଼ ସୁନ୍ଦର
ଯୋଗୀ ଯୋଗେଶ୍ଵର , ହେ ପଶୁପତି
କଳାରୁଦ୍ରମଣି ହେ କୈଳାସ ପତି…… ।।

ଭକ୍ତ ଡାକେ ହୁଅ ତୋଷ , ଆଶୁତୋଷ
ପୂର୍ଣ୍ଣକର ଇଚ୍ଛା ଦେବ ଦେବେଶ
ଶ୍ରୀପଦେ ପ୍ରଫୁଲ୍ଲ କରଇ ଭକ୍ତି
କଳାରୁଦ୍ରମଣି ହେ କୈଳାସ ପତି……  ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments