Information

ମହାନଗର ପୁସ୍ତକମେଳାରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର | ଆଜି ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ

ବ୍ରହ୍ମପୁର, ୨୪।୧୧: ମହାନଗର ପୁସ୍ତକମେଳା, ବ୍ରହ୍ମପୁରର ନବମ ଦିନ ସନ୍ଧ୍ୟାରେ ଆଜି (୨୪-୧୧-୨୦୧୭) ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର’ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରିବେ ପିତ୍ତଳ (ରାମଚନ୍ଦ୍ରପୁର)ର ଓଡ୍ର ସାହିତ୍ୟ ସଂସଦ ସଭ୍ୟମାନେ । ଓଡ୍ର ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ସାରସ୍ଵତ ପ୍ରେମିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରିଛନ୍ତି ।

ନଭେମ୍ବର ୧୬ରୁ ପ୍ରାରମ୍ଭ ହୋଇଥିବା ଏହି ମହାନଗର ପୁସ୍ତକମେଳା ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଏହାର ସଭାପତି ଶ୍ରୀ ସୁଶାନ୍ତ ଦାଶ କହିଛନ୍ତି ।


Post a Comment

0 Comments