ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କବିତା-ବନୀତା-ଲତା - ଘନଶ୍ୟାମ ସାହୁ

କବିତା-ବନୀତା-ଲତା - ଘନଶ୍ୟାମ ସାହୁ


କବିତା
ଅଭିବ୍ୟକ୍ତି  କବି ହୃଦୟର
ଗଭୀରତମ ପ୍ରଦେଶର
କବିର ମାନସ ପ୍ରସୂତ
ସୃଷ୍ଟି କରିପାରେ ଶିହରଣ
ଆନନ୍ଦ, ଉଲ୍ଲାସ,ହସ,କାନ୍ଦ
ପୁଣି ନବ ଜାଗରଣ
ଝରାଇ ପାରେ ଝରଣା ଅଶ୍ରୁର
କେତେ ବେଳେ ଦୁଃଖ ଶୋକ ର
ପୁଣି କେବେ ଗଭୀର ଆନନ୍ଦ ର
ମଧୁର ଉଚ୍ଛ୍ୱାସ ର
ହେଲେ ସବୁ କବିତା କବିତା ନୁହେଁ
ଯଦି ଛୁଏଁ ନାହିଁ ପାଠକର ହୃଦୟ
ଛୁଇଁ ଗଲେ ଥରେ ସେ ହୋଇଥାଏ ଅତି ଆପଣାର
 ନିଜ ସହିତ କବିକୁ କରେ ଏକାନ୍ତ ନିଜର ।

ବନୀତା
ବୃଦ୍ଧି କରେ ଶୋଭା ପରିବାର ର 
କେତେ ବେଳେ ଚୁଲ୍ ବୁଲି,ଚଗଲି ଭଗିନୀ
ପୁଣି ହୁଏ ଜାୟା ଓ ଜନନୀ
ପାଇଲେ ସେ ଉପଯୁକ୍ତ ଆଶ୍ରୟ
ହୋଇଯାଏ ଗୃହଲକ୍ଷ୍ମୀ
ପାଇ ସାହଚର୍ଯ୍ୟ କରିପାରେ ଗୃହକୁ ନିଜର
ବୈକୁଣ୍ଠ ସମାନ
ପୁଣି ହେଲେ ଅସନ୍ତୁଷ୍ଟ
ସୃଷ୍ଟି ହୁଏ ଅଶାନ୍ତି ର ବହ୍ନି
ନିମିଷକେ ସୁଖ ଶାନ୍ତି ଜଳି ପୋଡ଼ି
ହୁଏ ଛାରଖାର ।
ପୁଣି ଅଭାବେ ବନୀତା 
ଯଥା ଭଗିନୀ ଓ ମାତା
ଗୃହ ହୁଏ ଅରଣ୍ୟ ସଦୃଶ ଶୁଷ୍କ ଓ ନୀରସ
ଅନୁଭବ ହୁଏ  ଯମ ପୁର ।

ଲତା
ପାଇଲେ ସେ ଉପଯୁକ୍ତ ଆଶ୍ରା
ବଢ଼ିଥାଏ ଆଗକୁ ଆଗକୁ
ସମର୍ପଣ କରେ ସମ୍ପୂର୍ଣ୍ଣ ନିଜକୁ
ହୋଇଯାଏ ଏକାନ୍ତ ଆପଣାର
ନିଜ ଆଶ୍ରୟଦାତାର
ଆସୁ ପଛେ ଝଡ଼ ଝଞ୍ଜା, ବାତ୍ୟା
ଛାଡ଼ି ପାରେ ନାହିଁ ନିଜ ପ୍ରିୟକୁ ତାହାର
ଦିଏ ମହାଶିକ୍ଷା ସମ୍ପର୍କର
ଆଶ୍ରିତ ଓ ଆଶ୍ରୟଦାତାର ।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ, ପିନ - ୭୫୯୧୨୭

0 Comments