Information

ଜୀବନ ଗୀତିକା - ଚିଦାନନ୍ଦ ଦେହୁରୀ


ଏ ଜନମ ମୃତ୍ୟୁ ଅଟେ ଧ୍ରୁବ ସତ୍ୟ
       କା' ପାଶେ କାହିଁକି ଡରିବା ।
ଆସ ଜୀବନ ଦୁଆର ବନ୍ଧରେ ବସି
      ଜୀବନ ଗୀତିକା ଗାଇବା ॥
ପୂଣ୍ୟ ପବିତ୍ର ଏ ଜୀବନ ପୁଣି
     କ୍ଷଣସ୍ଥାୟୀ ଭାବେ ଜଣା ।
ବାଟରେ ନ ଯାଇ ଅବାଟେ ଯାଆନ୍ତି
  ସର୍ବେ ହ୍ୟୋନ୍ତି  ବାଟ ବଣା ॥
ସର୍ବେ ଆମ୍ଭେ ଜନ ଅମୃତ ସନ୍ତାନ
   ଅମୃତର ଚିରଧାରା ।
ଅମୃତର ବର୍ଷା  କରିବା ବର୍ଷଣ
    ସେ ପାଇଁ ଜନମ ପରା  ॥
ସବୁ ମିଶାମିଶି ହୋଇଛି ଏକାଠି
    ଗଢା ହୋଇଛି ଏ ସୃଷ୍ଟି ।
କାହିଁକି କେଜାଣି ବୁଝି ନ ପାରିଣ
   ଭିନ୍ନ ହୁଏ ଆମ ଦୃଷ୍ଟି ॥
ରାଗ ଅଭିମାନ ତେଜିଣ ସକଳ
      ନିଷ୍କାମ ସେବାକୁ ଅର୍ଜିବା ।
ସାତସୁରେ ବନ୍ଧା ଜୀବନ ଗୀତିକା
    ସୁଖେଦୁଃଖେ ସଦା ଗାଇବା ॥

ଶ୍ରୀଯୁକ୍ତ ଚିଦାନନ୍ଦ ଦେହୁରୀ, ସଂସ୍କୃତ  ଶିକ୍ଷକ
ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ, ଠାକୁରଗଡ଼, ଆଠମଲ୍ଲିକ, ଅନୁଗୋଳ 

Post a Comment

0 Comments