Information

ହେ ଆଜାଦ୍ ଦିଅ ଟିକେ ଆଶୀର୍ବାଦ - ନାରାୟଣ ଚନ୍ଦ୍ର ସେନାପତି


ଭାରତ ଆକାଶେ ଅମ୍ଳାନ ଜ୍ୟୋତିଷ୍କ
ଆବିର୍ଭାବ ହେଲ ବୀର
ଶିକ୍ଷା ପ୍ରଦୀପକୁ ଦିପ୍ତ କରିଦେଲ
ଖଞ୍ଜି ଶିକ୍ଷା ଅଧିକାର॥
ନବୀନ ଯୁଗର ମନ୍ତ୍ରୀ ତୁମେ ଥିଲ
ତନ୍ତ୍ରୀ ଥରାଇଦେଲ
ପ୍ରଗତି ପାଇଁ ସେ ଅମୂଲ୍ୟ ଯନ୍ତ୍ରକୁ
ସଭିଙ୍କୁ ଧରାଇ ଦେଲ॥
ଜ୍ଞାନ ବିଜ୍ଞାନର ଚନ୍ଦ୍ରିକା ଥିଲ ହେ
ଶରଧାର ଧ୍ରୁବ ତାରା
ଶିଶୁ ପାଇଁ ଥିଲ ଶିଶୁଲେଖାଟିଏ
ଆନନ୍ଦ ଅମୀୟ ଭରା॥
ଭାରତରତ୍ନ ତ ନାମ ମାତ୍ର ଥିଲା
ଥିଲ ସଭିଙ୍କର ରତ୍ନ
ଶିକ୍ଷାକୁ ମର୍ଯ୍ୟାଦା ଦେଲ ଆହ୍ୱାନରେ
ଫୁଙ୍କି ଜ୍ଞାନ ମହାମନ୍ତ୍ର॥
ଶିକ୍ଷାପରି ଶକ୍ତି ଜଗତେ ବିରଳ
(ସେ ତ) ଅକଳନ ମହାଶକ୍ତି
ଆକାଶ ଠାରୁ ସେ ଉଚ୍ଚ କେବେ ପୁଣି
ପୃଥିବୀଠୁ ଭାରି ଜ୍ୟୋତି॥
ଶିକ୍ଷାର ମାନସ ପୁତ୍ର ଏ ବିଦ୍ୟାକୁ
(କହିଲ) ଏ ଜଗତେ ମହାଧନ
ଅଦୃଶ୍ୟ ଦରଦୀ ସଞ୍ଜିବନି ସିଏ
ରାଷ୍ଟ୍ରର ବାସ ଚନ୍ଦନ॥
ତୁମରି ଭାଷାରେ ବିଦ୍ୟାଳୟ ପରା
ଉତ୍ତମ ବିଜ୍ଞାନାଗାର
ସୁନାଗରିକଙ୍କୁ ଉତ୍ପନ୍ନ କରେ ସେ
ଭବିଷ୍ୟତ କର୍ଣ୍ଣଧାର॥
ଶିକ୍ଷା ବିନା କେବେ ଜାତି ନନ୍ଦିଘୋଷ
ଚାଲିବ କି ବଡଦାଣ୍ଡେ
ଆସ ହେ ସରବେ ଶପଥେ ଗଢିବା
ସ୍ୱପ୍ନର ରାଇଜ ଖଣ୍ଡେ॥
ଶିକ୍ଷାସଂସ୍କାରର ତେଜସ୍ୱୀ ସାଧକ
ହେ ମୌଲାନା କଲାମ ଆଜାଦ୍
ତୁମ ଜନ୍ମ ଦିବସରେ ପ୍ରଣାମ ଜଣାଏ
ଦିଅ ଟିକେ ଆଶୀର୍ବାଦ॥
ଭୁଲିବନି ଦେଶ ନଭେମ୍ବର ଏଗାର
ପୁଣି ଦୁଇହଜାର ଆଠ  ଶିକ୍ଷା ଅଧିକାର ପଢାଇ ବଢାଇ
ଦେଖାଇବ ନୂଆ ବାଟ॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, ଜିଲ୍ଲା-କେନ୍ଦୁଝର

Post a Comment

0 Comments