ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ହେ ଅଂଶୁ - ନାରାୟଣ ଚନ୍ଦ୍ର ସେନାପତି

ହେ ଅଂଶୁ - ନାରାୟଣ ଚନ୍ଦ୍ର ସେନାପତି


ହେ ଅଂଶୁ...
ସତରେ ତୁମେ କେଡେ ଉଦାର !
ନିଜେ ଦଗ୍ଧହୋଇ ସଭିଙ୍କୁ କର ଆଲୋକିତ
ଭେଦଭାବ ଭୁଲି ସଭିଙ୍କୁ ଭଲ ପାଅ
ଲବଣ, ମଧୁର ଅବା ନର୍ଦ୍ଦମା ଜଳ ଶୋଷ
ସଞ୍ଚିରଖ ଜୀମୂତରେ ପ୍ରାଣୀ ପ୍ରାଣ ପାଇଁ
ଟପ୍ ଟପ୍ ଜଳ ଦେଇ
ଅବିଳମ୍ବେ  ଆନନ୍ଦେ ବଞ୍ଚାଅ ....
ଏ ଦୁର୍ଲଭ ଜାତିକୁ
ନିର୍ଦ୍ୱନ୍ଦେ କରି ପଲ୍ଲବିତ।
ହେ ଅଂଶୁ...
ସତରେ ତୁମେ କେଡେ ନିଷ୍ଠୁର !
ନିଦାଘର ବହ୍ନି କରି ପ୍ରଜ୍ଜ୍ୱଳିତ
ପ୍ରେରିତ ଜଳ ସବୁ ଶୋଷି ନିଅ କାର୍ପଣ୍ୟତାରେ
ଧରାଟାକୁ ଆଁ କରି, କରି ଶ୍ରୀହୀନ
ଉଦ୍ଭିଦଜଗତକୁ ଥୁଣ୍ଟାଜାଳି
ସଭିଙ୍କୁ ନିର୍ଜ୍ଜଳା ତୃଷ୍ଣା ହତାଶାରେ
କର ବିଦୀର୍ଣ୍ଣ
ଏ ଘାତକ ଅଂଶୁଘାତରେ କର ଖିନ୍ ଭିନ୍।
ହେ ଅଂଶୁ..
ସତରେ ତୁମେ କି ବହୁରୂପି ଏଣ୍ଡୁଅ !
ବଦାନ୍ୟର ମୁଖା ପିନ୍ଧି
ଦସ୍ୟୁର ଖଡ୍ଗ ଧାରରେ ଖେଳ
ବିସ୍ମୟର ରାଜନୀତି ଖେଳ
ପ୍ରତାରଣାର ପଶାପାଲିରେ ଭରି କପଟତା
 ବକ୍ଷ ଫୁଲାଇ କୁହ ସତ୍ୟ ନାରାୟଣ
ଉପରେ  ହସର ଉତ୍ଫୁଲ୍ଲତା
ପୁଣି ଅନ୍ତରେ କୁତ୍ସିତ ଯୋଜନା !
ହେ ଅଂଶୁ....
ତୁମକୁ ମୋ କୋଟି ନମସ୍କାର
କରନା ଶୁଷ୍କ ଏ ସଭ୍ୟତାକୁ
ଦିଅନା ଜୀବଜଗତକୁ ଅଂଶୁଘାତର ଅଭିଶାପ
କରନା ଶ୍ମସାନ କୁଢ କୁଢ ଶବରେ
ଅନୁକମ୍ପାର ଅମ୍ଳଜାନରେ ପ୍ରେମର ଦୀପାଳି ଜାଳ
ସଭିଙ୍କୁ ଆନନ୍ଦରେ ପାଳ
ପଲ୍ଲବିତ କର ମାଧୁରୀମା
ନିଃଷ୍କପଟ ହୃଦୟରେ।

ନାରାୟଣ ଚନ୍ଦ୍ର ସେନାପତି, କେନ୍ଦୁଝର

0 Comments