ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଗାଉଁଲୀ ଶୀତ - ରାହାସ କୁମାର ବେହେରା

ଗାଉଁଲୀ ଶୀତ - ରାହାସ କୁମାର ବେହେରା


ଶୁଭ ସକାଳ
ଗୋଲାପ ଜଳ
ଅଧା ଛାଇ
ଅଧା ଖରା
ନଈ ଧାରେ ଧାରେ ବଗ
ମାଛ ଖାଇବାକୁ ଦେଖ ଖାଲି ଡ଼ହକ ବିକଳ ।
ଶୋରିଷ କ୍ଷେତ
ଦଶରା ଯାତ
ଅଧା ଦେହ
ଅଧା କୋହ
ନିଆଁ କରେ କରେ ମନ
ତାତି ଖାଇବାକୁ ଦେଖ ଖାଲି କେତେଯେ ମୋହ ।
ଗେହ୍ଲେଇ ରାଣୀ
ସପନ ଖଣି
ନିଜ ଧନ
ବଂଶୀ ସ୍ୱନ
କ୍ଷେତେ ଚକ ଚକ ଧାନ
ଗୋବର ଲିପା ଖଳାକୁ ଆଣି ମନ ଖାଲି ଛନଛନ ।
ଗୋବରୀ ନଈ
ମାରନା ହାଇ
ଚୋରା ପ୍ରୀତି
ଶୀତ ରାତି
କେତେ ଧକ ଧକ ଛାତି
ଚମ ଧୁଡୁ ଧୁଡୁ କାଲୁଆ ମନକୁ ପାଉନି କମ୍ବଳ ତାତି ।

ରାହାସ କୁମାର ବେହେରା
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ - ୭୫୯୦୧୫
ଦୂରଭାଷ : ୯୭୭୬୮୯୩୩୪୮

0 Comments