Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଧରମ ମାସ କାର୍ତ୍ତିକ - ନାରାୟଣ ଚନ୍ଦ୍ର ସେନାପତି


ଋତୁଚକ୍ରର ପରିବର୍ତ୍ତନ ଚରକି ଦୋଳିରେ ବସି
ଝୁଲିଝୁଲି ଆସେ ଧରମ ମାସ କାର୍ତ୍ତିକ
ହୃଦୟ ଫରୁଆରେ ଧରି-
ଧର୍ମ,କର୍ମ,ପୁଣ୍ୟର ମଳୟ,
ଆଶା ଭରସାର ଆମନ୍ତ୍ରଣରେ ରଚିବାକୁ
ଗୌରବମୟ ସ୍ମୃତି ଇତିହାସ॥
ବକ ଧାର୍ମିକର ସତ ଋଢିକୁ ମିଛରେ ପରିଣତ କରି
ସାଜେ ଠକ ବଗ, ତପସ୍ୱୀ ସାଧକ
ତ୍ୟାଗକରି ରୋଗାକ୍ରାନ୍ତ ମାଛ
ଜୀଇଁବାକୁ ସୁସ୍ଥ ନୀରୋଗ ଜୀବନ
ରଚିବାକୁ  ଅହିଂସାର ସାବରମତି ଆଶ୍ରମ
ଭକ୍ଷଣକରେ ଶୁଦ୍ଧ ନିରାମିଷ॥
ବିସ୍ମୟକାରୀ ବିଜ୍ଞାନର ସ୍ୱାସ୍ଥ୍ୟଶିକ୍ଷାର କୁହୁକ ବାଡି ସ୍ପର୍ଶରେ
ତେଜିଥାଏ ମାନବ ଅଦିବ୍ୟ ଆମିଷ
ଶୀତର ଗରମ ଦେହ, ପ୍ରାଣୀଜ ପୁଷ୍ଟିସାରର ମଧୁ ସଙ୍ଗମରେ
ପ୍ରତ୍ୟାଖ୍ୟାନ କରି ଅସୁସ୍ଥତାର ଧକରା
ରଚିଥାଏ ଧରମର ସ୍ୱର୍ଗ
ପାଇବାକୁ ଦେବତାଙ୍କ ଆଶୀର୍ବାଦ॥
ଦିଗବିଜୟୀ ନେପୋଲିୟନଙ୍କ କାଳଯୁଦ୍ଧକୁ ସ୍ମରଣକରି
ସାଧବ ବୋହୁ କରେ କେତେ ବ୍ରତ ଉପବାସ
ଜାଳେ ଭକ୍ତି ବିଶ୍ୱାସର ଆକାଶଦୀପ
ହସି ହସି ମେଲାଣି ଦିଏ ସାଧବପୁଅକୁ
ବଣିଜ କରି ରଚିବାକୁ
ପୁଣ୍ୟମୟୀ ଭାରତବର୍ଷର ବୈଭବମୟୀ  ଇତିହାସ॥
ପୁଣ୍ୟର ରମ୍ୟବଗିଚାରେ ଫୁଟାଇବାକୁ ଧର୍ମର ପାରିଜାତ
ଆସନ୍ତି କୁମାର କାର୍ତ୍ତିକ
ବୁହାଇବାକୁ ଆଶିଷର ମହକ
ତୋଳିବାକୁ ଆଧ୍ୟାତ୍ମିକତାର ସନ୍ତୁଳନ ତାଜମହଲ,
ଠିକ୍ ରମଜାନ,ବଡ ଦିନ ପରି
ଓଡିଶାର ସଂସ୍କୃତି ସମ୍ପନ୍ନ କାର୍ତ୍ତିକ
ଧ୍ୟାୟେ ପରମ୍ପରାର ଗୁଢ ରହସ୍ୟ
ଗାଇ ଗାଇ ଧର୍ମର ଜୟ..
ଆଉ........
ଧନ୍ୟ ଧନ୍ୟ ହେ ଧରମ ମାସ କାର୍ତ୍ତିକ॥

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ,
କେନ୍ଦୁଝର, ପିନ୍-୭୫୮୦୧୯

Post a Comment

0 Comments