Information

ସିନେମାହଲ - ସିଦ୍ଧେଶ୍ଵର ତ୍ରିପାଠୀ


ଗୋଟିଏ ଟିକେଟ
ଗୋଟେ ପାଣି ବୋତଲ
ଆଉ ଗୋଟେ ଭଜାବୋଟର ପୁଡ଼ିଆ
ଏତକ ଧରି ସିନେମା ହଲ ଭିତରେ
ପଶିଗଲା ପରେ
ଚାରିଆଡ଼ ଅନ୍ଧାର
ଆଗରେ ଲୋକ ପଛରେବି  ଲୋକ
ମୁଁ କିନ୍ତୁ ଏକା ପୁରା ଚୁପଚାପ
ପରଦାରେ ତ୍ରିରଙ୍ଗାର ଛବି
କାନରେ ବାଜୁଥାଏ
ଜାତୀୟ ସଂଗୀତ ଜନଗଣ ମନଅଧି
କିଏ ଠିଆ ହୋଇଥିଲେ
ଆଉ କିଏବି ବସିଥିଲେ ।

ଆଉ ମୁଁ କିଛି ସମୟ ପରେ ବସିଲି
ସିନେମା ଆରମ୍ଭ ହେଲା
ଧୀରେ ଧୀରେ ବିତିଲା ସମୟ
କାହାଣୀ ହେଉଥିଲା ଗତିଶୀଳ
କିଏ ପପକନ ଖାଉଥିଲା
ଆଉକିଏ ପାନ
ଚେୟାର ତଳସାରା
ଛେପ ଚୁଇଙ୍ଗମ ଆଉ ପାଣି ପାଉଚ ।
ଗୁଡାଏ ଟୋକା ସିଟି ମାରୁଥିଲେ
ଆଉ କେଇଟା ପ୍ରେମୀଯୁଗଳ
ସେତେ ପରଦାକୁ ଚାଂହୁଁ ନଥିଲେ
କିନ୍ତୁ,
ଅନ୍ଧାରର ଢେର ମଜା ଉଠଉଥିଲେ ।

ସିନାମାରେ କେତେ କାନ୍ଦ କେତେ ହସ,
ଫାଇଟିଙ୍ଗ ଲଭ ଆଉ ରୋମାନ୍ସ ର କଥା,
କେତେ ଗୀତ ନାଚ ଆଲିଙ୍ଗନ
ଆଉ ଆକର୍ଷଣର ତରିକା ।
ତା'ପରେ
ମୁଁ ଆଉ ନଥିଲି ମୋ ଭିତରେ
ମୁଁ ବି ହଜି ଯାଇଥିଲି ତୁମ ପାଖରେ ।

ସାଗର କୂଳରେ ତୁମେଥିଲ
ଆଉ ମୁଁ ବି
ମୁଁ ଧାଉଁଥିଲି
ତୁମେ ଧାଉଁଥିଲ ମୋ ପଛରେ
ଠିକ ଗୋଟେ ଜାଗାରେ ତୁମେ ପଡ଼ିଗଲ
ଆଉ ମୁଁ ତୁମ ପାଖକୁ ଚାଲି ଆସିଲି
ଠିକ ସେତିକି ବେଳେ
ତୁମେ ମୋ ହାତକୁ ଧରିନେଲ
ଫେ କରି ହସିଦେଲ
ତା ପରେ ଆଙ୍କିଦେଲ
ନିଆରା ଚୁମ୍ବନ କେତୋଟି
 ତୁମର ସେ ନରମ ଓଠରେ 

ଆମେ ଦୁହେଁ ହସୁ ଥିଲେ ବସୁଥିଲେ
କେତେ ଆଡେ ବୁଲୁଥିଲେ
ତୁମେ ଗାଉଥିଲ ମୁଁ ଶୁଣୁଥିଲି
ମୁଁ ଲେଖୁଥିଲି ତୁମେ ପଢୁଥିଲ ।

ତୁମ କୋଳରେ ମଥାରଖୀ ମୁଁ ଶୋଇଥିଲି
ଧିରେ ଧିରେ ଆସୁଥିଲା ସଞ୍ଜ
ତୁମେ ଜିଦ କରୁଥିଲ ଘରକୁ ଯିବାକୁ
ମୁଁ କିନ୍ତୁ ଛାଡୁନଥିଲି ତୁମକୁ ।

ଆମେ ଗୀତ ଗାଉଥିଲେ ନାଚୁଥିଲେ
ତୁମେ ଦିଶୁଥିଲ
ସୁନ୍ଦର କଣ୍ଢେଇଟେ ପରି
ମୋ ଦେହରେ ଶିହରଣ ଖେଳିଯାଉଥିଲା ।
ତୁମ ପାପୁଲିରେ ମୋ ହାତକୁ ମିଶେଇଲା ପରେ
ଆମେ ଦୁହେଁ ହଜି ଯାଇଛେ ଅଜଣା ରାଇଜରେ ।

ମୋ ଖୁସି କହିଲେ ନସରେ
ଆଉ କେହି ନାହାନ୍ତି ଖାଲି ତୁମେ ଆଉ ମୁଁ
ଖିଲି ଖିଲି ହସ ଥିଲା
ତୁମର ସେ ଗୋଲାପି ଓଠରେ ।

ଠିକ ଏତିକି ବେଳେ
କିଏ ଜଣେ ଆସି କହିଲା
ଓଃ ବାବୁ ସିନେମା କେତେବେଳୁ ସରିଲାଣି
ଏବେ ବାହାରକୁ ଯାଅ
ଥାର୍ଡ ସୋ ଆରମ୍ଭ ହବ
ନହେଲେ ଆଉ ଗୋଟାଏ
ଟିକେଟ କର ।

ଆଚ୍ଛା ପାଗଳ ଗୁଡାକ
କୁଆଡୁ କୁଆଡୁ ପଳେଇ ଆସୁଛନ୍ତି
ମୁଁ ନୀରବ
ଆଖି ଖୋଲିଲି
ଟିକେ ପ୍ରକୃସ୍ଥିତ ହେଲି
ଦେଖିଲି ଦୁଇଟିଯାକ ଦୁଆର ଖୋଲା
ସିନେମା ସାରିଗଲାଣି କେତେବେଳୁ
ଆଉଥରେ ଆରମ୍ଭ ହେବାର ସମୟବି ଆସିଗଲାଣି ।

ସେ ଲୋକ କି ପ୍ରେମୀ ଯୁଗଳ ଆଉ ନାହାନ୍ତି
ମୋ ଠାରୁ ଟିକିଏ ଦୂରରେ
ଉଠିଲି ବାହାରକୁ ଗଲି ।
ହତା ଡେଇଁଲା ପରେ
ଗାଡି ଉପରେ ବସିଲା ପରେ
ଚାଲିଲି ଆଗକୁ ଆଗକୁ
ମୁଁ ଦେଖିଲି
କିଛିବି ବଦଳିନି
ସେଇ ଅସରନ୍ତି ଲମ୍ବା ରାସ୍ତା
ଖାଲି ଧୂଳି ଧୂଆଁ ଧୁସ
କେତେ ଗାଡି ମଟରର କଁ କାଁ ଶବ୍ଦ
ଟ୍ରାଫିକ ଜାମ
ରାସ୍ତାସାରା
ସେଇ ନିତିଦିନିଆ ଭିକାରୀ
ମୋର ସେ ଅଧୁରା ସପନ
ଦରପୋଡା ମନ ।

କିଛିବି ବଦଳିନି
ଖାଲି ଯାହା ମୁଁ ବଦଳି ଯାଇଛି
ଏବେ ଭାବୁଛି ମୁଁ କଣ ଦେଖୁଥିଲି
ସିନେମା ହଲ ଭିତରେ
ଆଉ ଏବେ ବାହାରର ଦୃଶ୍ୟ ।

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

0 Comments