ବ୍ରହ୍ମପୁର, ୨୫।୧୧: ବହୁ ପାଠକ, ସାହିତ୍ୟିକ
ତଥା ବୁଦ୍ଧିଜୀବୀଙ୍କ ଭିଡ଼ ମଧ୍ୟରେ ଉଦଯାପିତ ହୋଇଯାଇଛି ମହାନଗର ପୁସ୍ତକମେଳା। ସ୍ଥାନୀୟ ଏସଏସଭିଟି ପଡ଼ିଆଠାରେ ଦଶଦିନ ବ୍ୟାପୀ ଚାଲିଥିବା ପୁସ୍ତକମେଳାର ଉଦଯାପନୀ ରଜନୀରେ ପୂର୍ବତନ
କେନ୍ଦ୍ରମନ୍ତ୍ରୀ ତଥା ସମାଜସେବୀ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିଲେ । ବିଶିଷ୍ଟ ଅତିଥିଭାବେ ବ୍ରହ୍ମପୁର ବିଧାୟକ ଡ଼: ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସମାଜସେବୀ ଓ ଶିକ୍ଷାବିତ ଭଗବାନ ଗନ୍ତାୟତ, ବିଡିଏ
ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ମହାରଣା, ମୁଖ୍ୟବକ୍ତା ଭାବେ ସୁବକ୍ତା
ଓ ସାହିତ୍ୟିକ ଯାମିନୀକାନ୍ତ ଦାସ ଯୋଗ ଦେଇଥିଲେ। ପୁସ୍ତକମେଳା କମିଟି ସଭ୍ୟ ନରେଶ କୁମାର ବେହେରା, ସଭାପତି
କବି ସୁଶାନ୍ତ ଦାଶ, ସମ୍ପାଦକ ଅଜିତ କୁମାର ସାବତ ପ୍ରମୁଖ କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ ।
ଏହି ଅବସରରେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା
‘ପ୍ରତିଭା ଅନ୍ଵେଷଣ’ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ
ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା।
ପୁସ୍ତକମେଳା ‘ପଞ୍ଚାନନ ସାବତ ଆଦର୍ଶ ଶିକ୍ଷକ ସ୍ମୃତି ସମ୍ମାନ’ ଭାବେ ଶ୍ରୀ ଶ୍ୟାମସୁନ୍ଦର ସାହୁ (କନ୍ଧମାଳ) ଏବଂ ବ୍ରହ୍ମପୁରର ସୂର୍ଯ୍ୟନାରାୟଣ ସାବତଙ୍କୁ
ସମ୍ବର୍ଦ୍ଧିତ କରଯାଇଥିଲା। ‘ପୁସ୍ତକମେଳା ସଂସ୍କୃତି ସମ୍ମାନ’ ରୂପେ ସୁକୁଣ୍ଡା ଗ୍ରାମର ନିରଞ୍ଜନ ଗୌଡଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।