Information

ବର୍ଷା ଓ କନ୍ୟା - ରମେଶ ଚନ୍ଦ୍ର ମିଶ୍ର


ବର୍ଷା ଝରିପଡେ ଆକାଶ ଛାତିରୁ
ଧରାକୁ ଭିଜାଇ ଦିଏ
ଜୀବକୁଳେ ଦେଇ ଜୀବନ ପ୍ରବାହ
ଆନନ୍ଦ ବିତରିଥାଏ ।
ଜଳ ସ୍ଥଳ ଦୁଇ କୁଳର ହିତରେ
ସମର୍ପିତ ପ୍ରାଣ ତାର
ଧରାଦୁହିତା ସେ ଜନନୀର ଓଠେ
ଆଙ୍କେ ହସର ଧାର ।

କନ୍ଯାରତନ ବରଷାର ଭଳି
ଛଳଛଳ ବହିଯାଏ
ଶାନ୍ତିର ବାରି ପରଶେ ପରାଣେ
ପ୍ରୀତି ସଙ୍ଗୀତ ଗାଏ ।
ଚାଲିଯାଏ ଯେବେ ସଂସାର ପାଇଁ
ସ୍ବାମୀକୁ ନିଜର କରେ
ଦୁଇକୁଳ ହିତ ସାଧେ ତେଜି ସ୍ବାର୍ଥ
ଦୀପ ଭଳି ନିଜେ ଜଳେ ।

ଆକାଶର ବର୍ଷା ମରତର କନ୍ୟା
ତ୍ଯାଗର ଅଖଣ୍ଡ ଦୀପ
ସଂସାର ହିତ ସାଧିବା ପାଇଁକି
ବିଭୁଙ୍କ ଆଶିଷ ରୂପ ।

ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ 

Post a Comment

0 Comments