Information

ବଡଓଷା - ନାରାୟଣ ଚନ୍ଦ୍ର ସେନାପତି


ମହାନଦୀ ଜଳେ ଦୀପର ଆସରେ
ଗଢା ହୋଇଛି ମନ୍ଦିର
ସେ ମନ୍ଦିରେ ବସି ଆଶିଷ ଦିଅନ୍ତି
ମୋ ପ୍ରିୟ ଧବଳେଶ୍ୱର॥
କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ଦିନେ
ଆସଇ ଏ ବଡଓଷା
ସଭିଏଁ କରନ୍ତି ଉପବାସ ବ୍ରତ
ରଖି ଆଶା ଓ ଭରସା॥
ଧବଳ ଅରଖ ଧବଳ ଦୁଦୁରା
ଧଳା ଗାଈକ୍ଷୀର ଦେଇ
ଧବଳ ବସନ ପରିଧାନ କରି
ଭକ୍ତିରେ ଈଶ୍ୱର ଧ୍ୟାୟୀ॥
ଧବଳ ଚୁନାରେ ପାଗକରି ଗୃହେ
ମାତା  କରିଲେ ସେ ପିଠା
ମୁଗ ଭୋଗ କ୍ଷୀରୀ ଛେନାପୋଡ ସାଥେ
ନଡିଆର ମଣ୍ଡାପିଠା॥
ନୂଆ ହାଣ୍ଡିରନ୍ଧା ପଞ୍ଚଭୋଗ ପୁଣି
ସରାଗେ ସମର୍ପି ଦେଲେ
ଚୋର ହେଉ କିବା ସାଧୁଙ୍କୁ ଆଶିଷ
ଦିଅନ୍ତି ଈଶ୍ୱର ବଳେ॥
ପୁରାଣ ଯୁଗରେ ନମୁଚିକୁ ମାରି
ଇନ୍ଦ୍ରକଲେ ମହାପାପ
ଧବଳେଶ୍ୱରଙ୍କୁ ଜପି ଜପି ବଳେ
ଅରଜିଲେ ପୂର୍ବ ଯଶ॥
ପାପ ନାଶକରି ଶକ୍ତି ଯଶ ଦ୍ୟନ୍ତି
ମୋ ପ୍ରିୟ ଧବଳେଶ୍ୱର
ଆଜି ଏ ଓଷାରେ ବିନତି ହେ ଘେନ
ଦିଅ ଧର୍ମ ପୁଣ୍ୟ ବର॥

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment

0 Comments