ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅତୁଟ ସମ୍ପର୍କ - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଅତୁଟ ସମ୍ପର୍କ - ପୂର୍ଣ୍ଣଚନ୍ଦ୍ର ଭୂୟାଁ


ତୁ ନୁହଁ ମୋ ଅଭାବର ଆବଶ୍ୟକତା,
କେମିତି ଶିଥିଳ ପଡିବ ମୋ ମନ ଓ
ସ୍ଥାଣୁ ହେବ ମୋ ଶରୀର?
ତୋ ସ୍ଥିତି ଅବା ଅନୁପସ୍ଥିତି
ମୋ ପାଇଁ ଅଭିନ୍ନ
ଓ ମୋ ପାଇଁ ଏକମାତ୍ର ସତ୍ୟ
ମୋ ପ୍ରାଣଭରି ଭଲ ପାଇବା
ଏକ ନିବିଡ ଓ ବିରାଟ ଅତୁଟ ସମ୍ପର୍କ l

ତୁ ତ ମୋର ଚିର ସ୍ପନ୍ଦନ,
ହୃଦୟର ନିଭୃତ ଗହନ ମଧ୍ୟେ
ଆଦି ଠୁ ଅନ୍ତଯାଏଁ  ବସା ବାନ୍ଧିଥିବା
ଏକମାତ୍ର ମନର ମଣିଷ
ଓ ମୋ ପ୍ରାଣ ଏବଂ ମହାଶୂନ୍ୟତା  I

ପୂର୍ଣ୍ଣଚନ୍ଦ୍ର ଭୂୟାଁ

0 Comments