Information

ଅସଲ କାମ - ନାରାୟଣ ଚନ୍ଦ୍ର ସେନାପତି


ଏ ଧରାବୁକୁରେ ଅନୁପମ ସୃଷ୍ଟି
                   ଈଶ୍ୱରଙ୍କ ଉପହାର
ପୂର୍ବଜନ୍ମଫଳେ ମାନବ ଜନମେ
               କିଏ ଛୋଟ କିଏ ବଡ॥
ଧନ,ଶିକ୍ଷା ଆଉ କ୍ଷମତାରେ ବଡ
               ପାଏ ଖୁସି ଓ ପ୍ରଶଂସା
ଯେତେ ଗୁଣ ଥିଲେ ନୀରବରେ ଛୋଟ
             କରେ ଶୁଦ୍ଧ ଶୂନ୍ୟ ଆଶା॥
ବଡ ହୋଇ ଯଦି ମହତ ମନଟା
              ପାଏ ସେ ସଭିଙ୍କ ପୂଜା
ଛୋଟ ହୋଇ ମନେ କପଟତା ଥିଲେ
             କେବେ ଉଡାଏନା ଧ୍ୱଜା॥
ହିଂସା,ଗରବର ପାହାଡ ଚଢିଲେ
                  ପାଏ ବଡ ହତାଦର
ଛୋଟ ଭାବ ଥିଲେ ମଣିଷପଣିଆ
              ତା ଗଳାରେ ଫୁଲହାର॥
ଅସତ୍ ପଥରେ କୂଟ କପଟରେ
              ବଡକୁ କରେ ଯେ ହୀନ
ସଦା ଛୋଟ ହୋଇ ନୀଚ ଆସନରେ
             କରେ ସେ ଉପବେଶନ ॥
ଅଯୋଗ୍ୟ ଦରିଦ୍ର ଛୋଟ ମଣିଷକୁ
             ଦୟା ଓ ସାହାଯ୍ୟ ଦେଇ
କରିବାକୁ ଉଚ୍ଚ ମନେ ଆଶାଥିଲେ
            ରହେ ସେ ମହତ ହୋଇ॥
ଅଯୋଗ୍ୟକୁ ଯୋଗ୍ୟ ଦରିଦ୍ରକୁ ଧନୀ
            କରିବା ଆଶା ଯେ ରଖେ
ମହତ ଜନ ସେ ଅସଲ କାମକୁ
             ବିବେକ ଭାବେ ପରଖେ॥
ଦେଖିବାନି ସ୍ୱପ୍ନ କରିଯିବା କାମ
             ସେନେହ ମମତା ପଥେ
ଭଗବାନ ନିଶ୍ଚେ କର୍ମଫଳ ଦେବେ
               ଆଶିଷର ଲମ୍ବାହାତେ ॥

ନାରାୟଣ ଚନ୍ଦ୍ର ସେନାପତି, ଜିଲ୍ଲା-କେନ୍ଦୁଝର

Post a Comment

0 Comments