
ତୁମେ ବିକାଳ
ବିକୀର୍ଣ୍ଣ ରଶ୍ମୀର ପ୍ରଲେପ
ନିରୂତା ଝାପ୍ସାଲୋକ
ନିରୁପମ ସୌନ୍ଦର୍ଯ୍ୟ-ତୁମ ପାଇଁ ତୁଚ୍ଛ
ତୁମେ ସ୍ୱୟଂ ନିରିମାଖୀ
ଅଗ୍ରସର ପେଙ୍ଗାବତ୍
ପଶ୍ଚିମାକାଶ ମୁହାଣ ନିର୍ଗତା
ପଡିନି ନିଦାଘର ନିର୍ଘାତ ପ୍ରହାର ।
ତୁମେ ନୁହଁ ବାସବୀର ଗାଣ୍ଡିବ
ଅବା ବାସବର ଉଦ୍ଦାମତା
ଉଡଙ୍ଗବିହୀନ ସମୟଶଯ୍ୟା
ଅଜଣା ତୁମ ବାସ୍ତୁ
ମଗ୍ନ ତବ ଦିଗ୍ ବଳୟେ ଭୁମିଜ
ମନନ ତୁମ ମଧ୍ୟାହ୍ନର ଉଜ୍ଜ୍ୱଳତା
ଅପଲକେ ପରତ୍ର ପଳାୟନ ପନ୍ଥି॥
ଏହା କ'ଣ ତୁମ ଦୌର୍ବଲ୍ୟ !
ଦ୍ୱିକର୍ମକ ଧ୍ୟାତବ୍ୟ ହେ
ନିଆରା ତବ ଆଦରଣୀୟ ନିଖୂଣ ସତ୍କାର
ନିର୍ଦ୍ୱନ୍ଦ୍ୱ ନିର୍ମାଲ୍ୟ ହେ ପ୍ରିୟତମା
ମଖିଚୋଷ ତୁମ ପାଇଁ....
ସତରେ ଦୁଃସ୍ୱପ୍ନ...।
ନାରାୟଣ ଚନ୍ଦ୍ର ସେନାପତି, ଜିଲ୍ଲା-କେନ୍ଦୁଝର
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।