Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଉଠତୁ ଜାଗ୍ରତହୁଅ - ରାହାସ କୁମାର ବେହେରା


ଅଦ୍ଭୁତହିଁ ଏ ଜୀବନ ଅଦ୍ଭୁତ ଏଚିନ୍ତା
ଅଦ୍ଭୁତ ଏ ଭାଵାଵେଗ ଅଦ୍ଭୁତ ଏକଥା ।
ବଞ୍ଚିଵାର ଵାଟ ଏଠି କେତେ ଯେ ସଂଘର୍ଷ
ହସିଵାକୁ କେତେ କଷ୍ଟ ତଥାପି ଅସ୍ପଷ୍ଟ ।
ମମତା ବିନା କାନ୍ଦୁଛି ଜନନୀ ଜଠଟି
କିଏ ପୁଣି ଫିଙ୍ଗାହୁଏ ଜନମ ପରେ ଟି ।
ଅଲୋଡା  ଏ ଶିଶୁ କନ୍ୟା ଅଵଳା ଦୃବଳା
ଵଞ୍ଚିଲେକି ଲାଭଵୋଲି ମରିଲେ ସରିଲା ।
କେମିତି ସେ ପିତାମାତା କେମିତିକା ମନ
କେମିତି ସେ ପାଇଛନ୍ତି ମଣିଷ ଜନମ ।
ଝିଅ ଜନମ ହେଲେଟି କି'ଵା ଅଟେ  ପାପ
ଝିଅ ଅଲୋଡା ଭାଵିଣ ମନେଭରି କୋପ ।
ଝିଅ ଜନମ ହେଲେ ସୌଭାଗ୍ୟ ବଢ଼ଇ
ଝିଅ ଆମ ଘର ଲକ୍ଷ୍ମୀ ସମ୍ମାନ ଆସଇ ।
ଝିଅ ଆମ ଶାନ୍ତିଦାୟୀ ଜୀଵନ ଆଧାର
ଝିଅ ବିନା ଏଜଗତ ହୁଅଇ ଅସାର ।
ଝିଅ ପୁଣି ମାଆ ଦୁର୍ଗା ମାଆ ଯେ ଭବାନୀ
ଝିଅ ପୁଣି ପ୍ରତିରୂପା ସୃଷ୍ଟିର କାରେଣୀ ।
ଝିଅ ପୁଣି ମାଆ ହୋଇ ପାଳିଛି ଆମକୁ
ତା' ଛାତିରେ ପାଦରଖି ଚାଲୁଛେ ଆଗକୁ ।
ପ୍ରଥମ ଗୁରୁହିଁ ମାଆ ଜୀବନ ଆଧାର
ସରଗଠୁ ବଡ଼ ସିଏ ଅତି ଆପଣାର ।
ସମୟର ରଥତଳେ କଵଳିତ ନାରୀ
ବନ୍ଧନରେ ପାଏଦୁଃଖ ନାହିଁ ସୁଖଶିରି ।
ସାଜିଛି ମହିଷାସୁର ,କଂସଯେ, ରାବଣ
ପିଶାଚ ରାକ୍ଷାସ କରେ ନାରୀର ହରଣ ।
କି'ବାଝିଅ କି'ଵାଵୋହୂ ସଵୁଲାଗେ ତୁଛ
ପୁରଷ ପ୍ରାଧାନ୍ୟ ପଣେ ଭ୍ରୁଣରୁ ନିପାତ ।
କେମିତି ଚାଲିଵସୃଷ୍ଟି ପୁରଷକୁ ନେଇ
ସଭିଏଁ ନିରଵଦ୍ରଷ୍ଟା ପଡିଛନ୍ତି ଶୋଇ ।
ଉଠତୁ ଜାଗ୍ରତହୁଅ ମୋଗୋ ଦୁର୍ଗା ମାତ
ଏପଶୁ ମହିଷାସୁରେ କରତୁ ନିପାତ ।
ନାରୀତ ଅଵଳା ନୁହେଁ ସଂସାର ମଧ୍ୟରେ
କହିଦେ ମାଆ ଆଜି ଏ'ଦଶହରା ବେଳେ ।
ସୀତାଙ୍କୁ ହରଣ କରି ରାଵଣ ଯେ ମଲା
ଦ୍ରୌପଦୀ ବିବସେ କୁରୁବଂଶ ନାଶଗଲା ।
ନାରୀ ଵିନା ଏ ଜଗତ ନୁହଁଇ ସମ୍ଭବ
ନାରୀହିଁ ସଵୁରି ମୂଳ ଜାଣହେ ମାନବ ।
ନାରୀକୁ ସମ୍ମାନଦିଅ ଜଗତ ମଙ୍ଗଳେ
ଅନ୍ୟଥା ବିନାଶ ଯିଵ ଧରଣୀ ନିର୍ମୂଳେ।

ରାହାସ କୁମାର ବେହେରା
ଵାଲ୍ୟମ୍ବା, ଭାପୁର, ଢେଙ୍କାନାଳ

Post a Comment

0 Comments