Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମକୁ ଝୁରେ ଏ ମନା - ସିଦ୍ଧେଶ୍ଵର ତ୍ରିପାଠୀ

ତୁମ ପରିଚୟ ବଦଳି ଗଲେବି
ତୁମକୁ ଝୁରେ ଏ ମନ
ଚାଣକ୍ୟ ନୀତିର ଯେତେ ଉପଦେଶ
ମୋତେ ଲାଗେ ମୂଲ୍ୟହୀନ ।

ଶୋଷିଲା ହୋଇମୁଁ ତୁମ ପ୍ରତୀକ୍ଷାରେ
ଆଜିବି ବସିଛି ଏକା
ଏଇ ଶୋଷମୋର କେବେ ମେଣ୍ଟିବନି
ଜାଣେତୁମେ ମରୀଚିକା ।

ସବୁ ମିଛ ମାୟା ଜାଣିଲା ପରେବି
ଭାବୁଛି ଧରିବି ଜହ୍ନ
ତୁମ ପରିଚୟ ବଦଳି ଗଲେବି
ତୁମକୁ ଝୁରେ ଏ ମନ - - - - -

କାଲାମଙ୍କ ବାଣୀ ସ୍ୱାମୀଜୀ କାହାଣୀ
ଜାଣିବି ଅଜଣା ହୁଏ
ପାପ ପୁଣ୍ୟ ନିନ୍ଦା ଅପବାଦ ଭୁଲି
ତୁମକୁ ମୁଁ ଭଲପାଏ ।

ସ୍ମୁତି ପାଉଁଶରୁ ଆଜିବି ଖୋଜୁଛି
ଅତୀତର ମଧୁବନ
ତୁମ ପରିଚୟ ବଦଳି ଗଲେବି
ତୁମକୁ ଝୁରେଏ ମନ ।

ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

0 Comments