Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତିତଲି - ସଦାନନ୍ଦ ସାହୁ


କିଏତୁ ତିତଲି ହଵା ଚିହ୍ନାଚିହ୍ନି
     ଉତ୍କଳର  ସ୍ଥଳ ଭାଗେ,
ଜାଣିକି  ଅଜଣା  ହଉଚୁତୁ କିଆଁ
    ପଙ୍ଗାନବୁ କାହା ସଙ୍ଗେ ॥

ସ୍ୱତନ୍ତ୍ରପ୍ରଦେଶ  ଜଗନ୍ନାଥ ଦେଶ
     ଏକଥା ରଖିଥା ମନେ,
ଉତ୍ପାତ ବିତ୍ପାତ ଚଳିବନି ତୋ'ର
     ହଜିଯିବୁ ବ୍ରହ୍ମ ଵାଣେ ॥

ପ୍ରକୋପ ବିକୋପ ମନ୍ଦପଣ ତୋ'ର
      କରିଦେ ତୁ ନିୟନ୍ତ୍ରଣ,
ତୋ'ର ବାପ ଅଜା ପରାଜିତେ ଗଣା
        ତୁଉକି ରଖିବୁ ପଣ  ॥

 ଜଗତର ନାଥ  ରକ୍ଷାର କବଚ
        ଉତ୍କଳେ ମଉଡ ମଣି,
 କେତେ ମହାବାତ୍ୟା  ଦେଖି ମହାପିତା
       ବିଚଳିତ ନୁହେଁ ଜାଣି ॥

ମହାଶୁନ୍ୟ ଗର୍ଭେ  ଫିଙ୍ଗନ୍ତି ତ୍ଵରିତେ
      ଉତ୍କଳକୁ ରକ୍ଷାକରି,
ଜଗତ ଈଶ୍ୱର   ସବୁରି   ପ୍ରିୟର
       ବିପଦୁ କରନ୍ତି ପାରି ॥

 କେତେ ହୁଡୁହୁଡୁ ପାଗ ଭିଡୁଭିଡୁ
     ହୋଇଛନ୍ତି ହଡ ବଡ,
କେତେ ଫାଇଲିନ୍  ହାର ମାନିଛନ୍ତି
    ନିଜକୁ ମଣିତ ବଡ ॥

ତୁକିସ  କରିବୁ  ହୋଇଯିବୁ  କାବୁ
       ତି ତ୍ ଲି  ଟିକିଲି ନାଇ,
କଅଁଳ ଡେଣା ତୋ' ଭାସିବ ସ୍ରୋତରେ
       କାନ୍ଦିବୁ ବିକଳ ହୋଇ ॥

 ତୋ'ର  ଆଗମନ  ନଆଣୁ  ଦୁଃର୍ଦିନ
     ଏକଥା  ଅନ୍ୟଥା ନୋହୁଁ,
ପାର୍ବଣ  ପରବ  ଆସୁଚି  ସଅଳ
      ମାଆର ଚରଣ ଛୁଁଉ  ॥

ସୁନା ଧାନ କ୍ଷେତ ଉତ୍କଳର ମିତ
      କରିବୁନି କିଛି କ୍ଷତି,
କୃଷକ  ଭାଇର ଅମୂଲ୍ୟ ସମ୍ପଦ
     ମନରେ ରଖିବୁ ଭିତି ॥

 ତି ତ୍ ଲି ମୈଥିଳୀ ରାଜ ଜେମା ବାଳୀ
     ଯୋଡିଦେଲୋ   ଭାବପ୍ରିତୀ,
ଗଣ ମାଧ୍ୟମରେ  ଅଛୁତୁ  ଚର୍ଚ୍ଚାରେ
     ସଭିଏଁ   କରନ୍ତି   ଭୀତି ॥

ତୁ'ଗଲାପରେ  ଆସିବ  ଡାଏନା
   ହଜି ଯିବ ତୋ'ର ନାଁଆ,
ଯୁଗ ଯୁଗ  ଧରି  ଲାଗିଛି  ଏମିତି
    ତୁମରି ଯିବା ଆସିଆ ॥

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ

Post a Comment

0 Comments