Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ଵାଗତଂ ମହାଦେବୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ସୈ।ଭାଗ୍ୟ ଶୁଭ ଲଗନ  ଆଶ୍ଵିନ ସକାଳ
କିରଣ ବିଛାଇ ରାତି   ଅନ୍ଧାର ଦୂରେଇ  ।
ପ୍ରାତିଚୀ ନଭେ ଉଦିତ  ଅରୁଣ ଉଜ୍ବଳ
ନାନାବିଧ କୁସୁମେ ଯେ  ଧରାକୁ ସଜାଇ  ।।

ପ୍ରବେଶିଅଛି ପାର୍ବଣ  ପବିତ୍ର ଲଗନ
ବଜାଇ ବିବିଧ ସ୍ବରେ  ଭେରୀ,ତୂରୀ,ବୀଣା  ।
କର ସର୍ବେ ମିଳିମିଶି   ଦେବୀ ଆବାହନ
ଅମଳ କମଳ ପଦ   କରବା ବନ୍ଦନା  ।।

ନିନାଦିତ ମନ୍ଦ୍ର ନାଦେ  ମୃଦଙ୍ଗ, ମର୍ଦ୍ଦଳ
ସୁରପୁର ବୀରାଙ୍ଗନା  ଦେବୀ ମହାଦେବୀ ।
ସୁଦିର୍ଘ ନିସ୍ବନେ ବାଜୁ  ଶୁଭ ଶଂଖ ସ୍ବର
ପରଶରେ ଉତ୍ଫୁଲ୍ଲିତ   ହୋଇ ଉଠୁ ଉର୍ବୀ  ।।

ଅମୂଲ୍ୟ ନିଧି କି ଅବା  ଲଭିଛି ଦରିଦ୍ର
ସେହିମତେ ବସୁମତୀ  ଆନନ୍ଦେ ଅଧୀର  ।
ରଙ୍କ କିବା ଲଭିଅଛି  ଅମୂଲ୍ୟ ସମ୍ପଦ
ବିଜୟ କରନ୍ତି ଦେବୀ  ଛାଡ଼ି ସୁରପୁର  ।।

ବିଜୟା ବିଜୟ ଆଜି  ପ୍ରକୃତି ବିଭୋର
ଅରୁଚ ଅଭିନୟ ତୁ  ନକର ରେ ନର  ।
ଯେତେ ପାପ ଅପକର୍ମ  ମହୀଷା ଅସୁର
ସମ ନିଜ ଅଭିନୟେ ନକର ନକର  ।।

ପବିତ୍ରତା ଭାବ ମନେ  ହୃଦୟେ ବହନ
କରି,ଆସ ମାତୃଶକ୍ତି  କରିବା ବହନ  ।
କାଶପୁଷ୍ପ ପ୍ରାୟ ଶୁଭ୍ର  ଧବଳ ବରଣ
ହୃଦୟ ନିର୍ମଳ ହେଉ  ଗଙ୍ଗାଜଳ ସମ  ।।

ଆସ ଦେବୀ ହୈମବତୀ  ତୋ ବରଦ ହସ୍ତ
ସ୍ବାଗତ ବନ୍ଦନା ଗାଅ  ମାନବ ସକଳ  ।
ପ୍ରସାରି ସବୁରି ମନ କର ଗୋ ପବିତ୍ର
ପ୍ରଫୁଲ୍ଲିତ କର ଧରା  ଦୁଃଖକରି ଦୂର  ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments