Information

ସତ୍ୟ ଧର୍ମ ଅହିଂସାର ପଥେ - ସସ୍ମିତା ମହାପାତ୍ର

ଅନ୍ତର ତଳେ ମର୍ମ ବେଦନା କେତେ ଯେ ଆହୁତି ଢାଳେ ।
ଅହିଂସାର ପଥେ ରହି ଅବିରତେ ସ୍ବାଧୀନତା ସ୍ବର ତୋଳେ ।।
ବିଶ୍ବ ଦରବାରେ ବିଶ୍ବାସ ଜନ୍ମାଇ ମୁକ୍ତି ଆନ୍ଦୋଳନ ପାଇଁ ।
ଏକ ଆହ୍ବାନରେ ଅନେକ ଜୀବନ ଏକ ସ୍ବରେ ଝାସ ଦେଇ ।।
ଯେଉଁ ସ୍ବଧୀନତା ହ୍ଋତ ଗୌରବ ଫେରାଇଲ ଏହି ଦେଶେ ।
ଦେଖିଯାଅ ଥରେ ଶୂନ୍ୟ ପଥରେ ସ୍ବାର୍ଥ କିପରି ନାଶେ ।।
ସତ୍ୟର ଯେଉଁ ମଶାଲ ଜଳାଇ କରିଥିଲ ଆଲୋକିତ ।
ଆଇନ ଧରିଛି ଦଳିତର ଚୁଟି ପାପାନ୍ଧ କରେ ରାଜତ୍ବ ।।
ଯେଉଁ ରଙ୍ଗ ବୋଳି ଜାତୀୟ ପତାକା ବିଶ୍ବେ କଲ ପରିଚିତ ।
ବିଜାପନ କରି ସେହି ପତାକାକୁ ଲୁଣ୍ଠେ ଆଜି ଲୋଭୀ ଦୈତ୍ୟ ।।
ସଂଗ୍ରାମେ ତୁମ ଅଗ୍ରଣୀ ଯେତେ ତେଜି ନିଜ ସୁଖ ଘର ।
ଲେଉଟି ଅନାଅ ସେ ବଂଶ ଦାୟାଦ ହୁଏ କେତେ କଲବଲ ।।
ମିଥ୍ୟା ଅସତ୍ୟ ହିଂସା ସ୍ବାର୍ଥ ବ୍ଋକ୍ଷ ଯାଇଛି ମାଡି ।
ତୁମେ ଦୁରଦ୍ରଷ୍ଟା ସଂସ୍କାର ଲାଗି ଥରେ ଆସନ୍ତ କି ଫେରି ।।
ସ୍ବଦେଶୀ ପ୍ରେମର ଯୁଦ୍ଧ ଆହ୍ବାନେ କରନ୍ତ କି ଶଙ୍ଖଧ୍ବନୀ ।
ଧର୍ମ ସଂସ୍ଥାପନ ରଥରେ ସାରଥୀ ହୁଅନ୍ତ କି ହିତୈଷିଣୀ ।।
ଅହିଂସାର ପଥେ ସତ୍ୟର ମଶାଲ ଧରି ଧରା ଅବତର ।
ଧର୍ମ ସ୍ଥାପନା ନିମିତ୍ତ ମୁକ୍ତ ଭାରତର କଳେବର ।।
ସୁସ୍ବାଗତ କରୁ ସବୁରି ହ୍ଋଦରୁ ଜାତି ପ୍ରେମ ବହ୍ନି ଜାଳି ।
ସଂଚରି ଯାଅ ଶିରା ପ୍ରଶିରାରେ ତବ ଆଦର୍ଶ ଭରି ।।
ଉଠୁ ନିଦ୍ରା ତେଜି ଫୁଟୁ ପୁଷ୍ପରାଜି ଅହିଂସା ମନ୍ତ୍ରେ ତନ୍ତ୍ରୀ ।
ସତ୍ୟର ଜଳୁ ଆଲୋକ ରୋଷଣୀ ଧର୍ମର ବ୍ୟାପୁ ଖ୍ୟାତି ।।
ପ୍ରତିଟି ଜୀବନ ହେଉ ସଦା ଧନ୍ୟ ଏ ଧରାରେ ଅବତରୀ ।
ବିଶ୍ବାକାଶରେ ଐକତ୍ବ ନକ୍ଷତ୍ର ତାରାଗଣେ ଯାଉ ଭରି ।।

Sasmita Mohapatra,
Old Town, Bhubaneswar

Post a Comment

0 Comments