Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସାପୁଆ ନଈ - ରାହାସ କୁମାର ବେହେରା


ଫୁଲେଇ ଗେହ୍ଲେଇ ସାପୁଆ ନଈ
କୁଳୁକୁଳୁ ହୋଇ ଯାଉଛି ବହି
ପାଦରେ ବାନ୍ଧିଛି ମାଳେ ଘୁଙ୍ଗୁର
ଚିର ଯଉବନା କେଡେ ସୁନ୍ଦର ।
କାଶତଣ୍ଡି ମାଳେ ଶୋଭା ନଗରୀ
ଜନ ମାନସରେ ସତେକି ପରୀ।
ଦୁଃଖୀର ମୁଁହରେ ଖୁସିର ଧାରା
ତୋ ଜଳ ରାଶିରେ କରି ଆସରା
ମାଆଠୁ ବଳିତୁ ମାଆ ଆମର
ତୋ ସ୍ନେହ ପରସେ ସୁଖ ସମ୍ଭାର
ଅୟୂତ ଯୁଗରୁ ସଵୁର ସାକ୍ଷୀ
ଭଲ ମନ୍ଦ ଜାଣୁ ନିତି ପରଖି ।
ସୁଲୁସୁଲୁ ବାଆ ଥଣ୍ଡା ପବନ
ମଜାଲାଗେ କିଣି ନେଉଛି ମନ
ଗିରିଷମେ ବାଆ ଚନ୍ଦନ ସମ
ତୋ ପାଖେ ବସିଲେ ଲାଗେ ଉତ୍ତମ ।
ଜଳ ସେଚନରେ ଅମୃତ ଧାରା
ଚାଷି ପୁଅର ତୁ ସଦା ଆସରା।
ସକାଳ ସୁରୁଜ ଆସିଲେ ଧାଇଁ
ଇନ୍ଦ୍ରଧନୁ ରଙ୍ଗ ପଡେ ବିଛେଇ
ତୋ ଦେହରେ ପଡି ଦିଶେ ଉଜ୍ବଳ
ଭାବୁକ ମନରେ ତୁ ଢଳ ଢଳ ।
ତୋ ବାଲି ପଠାରେ ବଇଁଶୀ ସୁର
ଗାଈଆଳ ଗୋଠେ ଲାଗେ ମଧୁର
ଗାଆଁର ବାଳକେ ହେଲେଣି ମେଳି
ଡେଇଁ ଚିତ୍ ଡିଆଁ କରିବେ କେଳି ।
ଅଣ୍ଟାରେ ଗାମୁଛା ଚଉକସିଆ
ଓଲଟା ପଅଁରା ଲାଗେ ନିଆରା
ମା କୋଳେ ପିଲା ଅଝଟ କଲେ
ତୋ କୂଳରେ ବସି ଝୁଲାରେ ଝୁଲେ ।
ପାନ ପତରିଆ ରଙ୍ଗେଇ ନାନୀ
ନିତି ସଂଜେ ବସି  ଆଙ୍କଇ ଛବି
ସୁରୁଜ ଦେବତା ଫେରିବା ଦୃଶ୍ୟ
ଅତି ମନୋରମ ଲାଗେ ଉତ୍କର୍ସ ।
ଏଇ ନଈ କୂଳେ ମୋ ପ୍ରିୟା ଘର
ଯେବେବି ଫେରିଲେ ଆସେ ନଜର ।
ମନେ ପଡେ ଆଜି ଅଭୁଲା ଦିନ
ଜାଳୁଥିଲା କେବେ ବିରହି ମନ
ସମ୍ପର୍କ ଏମିତି  ତୋ ସାଥେ ଥାଉ
ତୋ ପାଦ ଛୁଇଁ ମୋ ଦୁଃଖ ଯାଉ ।

ରାହାସ କୁମାର ବେହେରା,
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ

Post a Comment

0 Comments