Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସଚ୍ଚିଦାନନ୍ଦ - ରମାକାନ୍ତ ମିଶ୍ର


ମୁଁ ନିଜକୁ ନାମ ଦେଇଛି
ମୁଁ ନିଜ ପଦବୀକୁ ପ୍ରାପ୍ତ ହୋଇଛି
ମୁଁ ଅନେକ ଯୋଗ୍ୟତା ହାସଲ କରିଛି
ମୁଁ ଅମୁକକଂର ପୁତ୍ର
ମୁଁ ଅମୁକର ପିତା
ଏହି 'ମୁଁ' ହିଁ ସବୁ ଅହଙ୍କାରର ଜନନୀ ।
ମୁଁ ନିଜକୁ ଅଭାବିତ କରିଛି
ମୁଁ ଦୁଃଖିତ, ମୁଁ ସନ୍ତାପିତ
ମୁଁ ନିସ୍ପେଶିତ, ମୁଁ କଳଙ୍କିତ
ଏହି 'ମୁଁ' ହିଁ ସବୁ ସମସ୍ୟାର ଜନନୀ ।
ଭାବି ଦେଖ ଥରେ ମୁଁ କିଏ ?
କଣ ମୋର ପରିଚୟ ?
କେଉଁଠୁ ଆସିଲି, କେଉଁଠିକି ଯିବି
କଣ ମୋର ପରିଚୟ ?
ପାଇବକି ଖୋଜି କେବେ ସଠିକ ଉତ୍ତର ?
ମୁଁ କିଏ ? - ମୁଁ ଆତ୍ମା
ପରମାତ୍ମାଙ୍କର ଅଂଶ ବିଶେଷ । 
ବାସ ସରିଗଲା ସବୁ ପ୍ରଶ୍ନ
ତୁମେ ହେଲ ସଚ୍ଚିଦାନନ୍ଦ ।
ଆଉ ତୁମର ରହିବ ନାହିଁ
ଅଭିମାନ, ଅହମିକା, ଦୁଃଖ, ଶୋକ
ମୁଁ ଆତ୍ମା, ସତ̖-ଚିତ୍ତ- ଆନନ୍ଦ
ମୋର ଅନ୍ତରର ନିତ୍ୟବାସୀ
ମୁଁ ସଚ୍ଚିଦାନନ୍ଦ ।

ରମାକାନ୍ତ ମିଶ୍ର,
ଭି.ଆଇ.ଏମ. – ୨୬୮,  ଶୈଳଶ୍ରୀ ବିହାର, 
ଭୁବନେଶ୍ୱର - ୭୫୧୦୨୧ 

Post a Comment

0 Comments