OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରିୟତମା ସ୍ମୃତି - ମାନସ ରଞ୍ଜନ ପଟ୍ଟନାୟକ

ପ୍ରିୟତମା ସ୍ମୃତି - ମାନସ ରଞ୍ଜନ ପଟ୍ଟନାୟକ


ବାହା ହୋଇ ଯିବ ପ୍ରିୟା ବେଦୀରେ ବସିବ
ପକ୍ଷୀରାଜ ଘୋଡା ଚଢି ପ୍ରିୟ ତା ଆସିବ।
ମଂଗନ ମହୁରୀ ତା ର ଦୁଆରେ ବଜିବ
ଶାଶୁଘର ଯିବା ପାଇଁ ପ୍ରିୟା ସଜ ହେବ।
ହାତରେ ମେହେନ୍ଦି ପୁଣି ପାଦରେ ଅଳତା
ସୁନେଲି କିରିଟୀ ବାନ୍ଧି ଯିବ ଚାଲି ଏକା।
ଦିନେ ଥିଲୁ ଲୋ ସଜନୀ ଲାଜୁକୁଳୀ ଲତା
ପାଖରେ ଦେଖିଲେ ମୋତେ ପଡେ ତୋ ଭୃଲତା।
କହଲ କହଲ ପ୍ରିୟା କେମିତି ତୁ ଯାଉ
ସଦା ସୁହାଗିନୀ ସାଜି ସିନ୍ଦୁର ତୋ ଥାଉ।
ସକଳ ଚିନ୍ତାକୁ ତୋର ଈଶ୍ବର ଯେ ନେଉ
ହସ ହସ ବଦନ ରେ ତୋ ସଂସାର ହେଉ।
ବରଷା ଦିନରେ ତୁହି ଥିଲୁ ଲୋ ଶ୍ରାବଣୀ
ଭିଜିବାକୁ ଇଛା ଥିଲା ଡାକିଲୁନି ଜାଣି।
ସରସ କଥାରେ ପ୍ରିୟା ଥିଲୁ ଅଭିମାନୀ
ମନ୍ତ୍ର ଜଣା ନ ଥିଲା ଯେ କରିବା କୁ ରାଣୀ।
ଶଂଖା ଓ ସିନ୍ଦୁର ଦିନେ ଦାବି କରିଥିଲୁ
ଦିଅ ତୁମେ ପ୍ରିୟତମ ବୁଝାଇ କହିଲୁ।
ନ ଗାଇବା ଗୀତ ଯାହା ସେ ଦିନ  ଗାଇଲୁ
ଅଭିମାନୀ ହୋଇ ରାଣୀ ଛନ୍ଦ ତୁ ଭୁଲିଲୁ।
ଯାଆ ଗୋ ପ୍ରିୟା ଦୂରେ ସୁହାଗ ସିନ୍ଦୁର ନେଇ
କଜ୍ବଳ ବହି ଆସଇ ଆଉ କାନ୍ଦ ନାହିଁ।
ଆଶ୍‌ରୀବାଦ ଦେବା ପାଇଁ ଭାଷା ମୋ ର କାହିଁ
କିପରି ବଂଚିବି କହ ଏକା ଏକା ମୁହିଁ।
ଦୂରରେ ବି ଥାଇ କେବେ ମନେପଡି ନାହଁ
ଛାତି କୁ ପଥର କରି ମୁହଁ ମୋଡି ଦିଅ।
କି ଦୋଷ କରିଲି ପ୍ରିୟା ପାଉନାହିଁ ଖିଅ
ହୃଦୟରେ ଭସା ବାଦଲ ର ହୁଏ ସୁଅ।
ମନେପଡ଼େ ନାହିଁ କେବେ ଅତୀତ ର ସ୍ର୍ମୃତି
ପ୍ରେମ ଆଣି ଯାଚିଥିଲ ଥିଲା ଅନୁଭୂତି।
ଅସହାୟ ମନ ଥିଲା ଧନ୍ୟ ତାର ମତି
ତଥାପି ତୁମ ପ୍ରେମକୁ ରଖିବି ସାଇତି।
ସଦା ସର୍‌ବଦା ଯନ୍ତ୍ରଣା ହେଲାରେ ପ୍ରକଟ
ଏ କି ବିଷ୍ବଜ୍ବ୍ୟାଳେ କିଏ କରିଗଲା ଫାଟ।
ଦଇବ ବଇରୀ ହେଲା ଭାଂଗିଦେଲା ଭେଟ
ଭୁଲିଗଲୁ ପ୍ରିୟା ଡୁ ରେ ଚାହିଁଲୁନି ବାଟ।
ମେଘକୁ ମୁଁ ପଚାରଇ ପ୍ରିୟାକୁ ଦେଖିଛୁ
ଖବର କି ଅଛି ସତେ ଖୁସିରେ ନାଚୁଛୁ।
ହାତଠାରି ମନାକଲା କାହିଁକି ଭାବୁଛୁ
ମିଛସତ ଦୁନିଆ ରେ ଅଶ୍ରୁ ନିଗାଡୁଛୁ।

ମାନସ ରଞ୍ଜନ ପଟ୍ଟନାୟକ,
ସଂପାଦକ - ମାଟିର ମହକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ
ଦୂରଭାଷ - ୯୦୪୦୭୫୧୪୯୦

0 Comments