Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମନିଶା ମନ ଭାଷା - ସଦାନନ୍ଦ ସାହୁ


ପ୍ରେମ ଭାବନାରେ ଦିନ ମୋର ସରେ
ତୁମ କଥା ଭାବି ଭାବି ;
ଶୟନେ ସପନେ ଅବା ଜାଗରଣେ
ଦେଖୁଚି ତୁମରି ଛବି !!!

ମୁଁ'ପ୍ରେମୀ ପାଗଳ ମନ ମୋ' ଅଧିର
ପ୍ରେମର ପରଶ ପାଇଁ ;;
କରିଛି ପ୍ରତୀକ୍ଷା ହେ' ପ୍ରିୟା ସସ୍ମିତା
ତୁମରି ପଥକୁ ଚାହିଁ !!!

ଭଲ ପାଏ ବୋଲି ଭୁଲିମୁଁ ପାରୁନି
କହୁଛି ମୁଁ ପ୍ରିୟା ସତ ;;
ମୁଁପ୍ରେମୀସରଳ ମୋ ହୃଦୟ କୋମଳ
ତୁମେ ମୋ'ମନର ମୀତ !!!

ହୃଦୟ'ର ରାଣୀ ଭୁଲିତ ଯିବନି
ନୂଆ ପ୍ରେମ ସ୍ୱପ୍ନ ଦେଖି ;;
ଏଇ ଫଗୁଣରେ ସରାଗ ମନରେ
ପ୍ରେମର ସ୍ୱୀକୃତି ଦେବି !!!

ଲାଜୁଆ ଲାଜୁଆ ହସରେ ତୁମର
ଫୁଟି ଉଠେ ପ୍ରୀତି ଫୁଲ ;
ସାଇତି ରଖିଛି ସବୁ ପ୍ରେମ ସ୍ମୃତି
ହୃଦୟେ କରିଛି ଠୁଳ !!!

କର୍ମ ଅଭିମୁଖେ ଅଛି ବହୁଦୂରେ
ଏ କଥା ଜାଣିଛ ପ୍ରିୟା ;;
ନିତି ଦୂରଭାଷେ ଚାଟିଂଗ୍ ରେ ମଜେ
କାହିଁକି କର କିମିଆଁ !!!

ବିରଳ ପ୍ରେମର ଜଟିଳ ଗଣିତ
କରିବ ତର୍ଜମା ତୁମେ ;;
ଶୁଦ୍ଧ ମନ ପ୍ରାଣ ପବିତ୍ର ମୋ ଚିତ୍ତ
ପଡିଛି ମୁଁ' ତଵ ପ୍ରେମେ !!

ନବବଧୂ ସାଜି ମନ ନଵ ମୋହି
ଏଇତ ମୋ' ପ୍ରେମ ଆଶା ;;
ମୋ' ଘର ଅଗଣା ହସିବ ଲୋ ପ୍ରିୟା
ମହକିବ ପ୍ରେମ ବାସ୍ନା !!!

ସିନ୍ଥିରେ ସିନ୍ଦୁର ଆଖିରେ କଜଳ
ପ୍ରେମ ହବ ଢଳ ଢଳ ;
ହାତରେ ମେହେନ୍ଦି ପାଦରେ ପାଉଁଜି
ଆହାକି ପ୍ରେମର ଫଳ !!!

ଏପ୍ରେମ କବିତା ହୃଦୟ ସଂଗୀତା
ଲେଖିଛି ମୁଁ ମନ ଭଷା;;
ପ୍ରେମ ଆଶା ମୋର କୋହ ହୃଦୟର
ସପନେ ଗଢିଚି ବସା !!

ସଦାନନ୍ଦ ସାହୁ,
କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

Post a Comment

0 Comments