ପ୍ରଥମ ଦେଖାରେ - ପ୍ରକାଶ କୁମାର ଚାନ୍ଦ

ପ୍ରଥମ ଦେଖାରେ - ପ୍ରକାଶ କୁମାର ଚାନ୍ଦ


ପ୍ରଥମ ଦେଖାରେ ମନ ଚୋରି କରି ହୃଦୟେ କରିଲ ଘର ସେଇ ଘରେ ସାଥୀ ତୁମ ପାଇଁ ଆଜି ବୋଳିଛି ରଙ୍ଗ ଅବିର । ଯେବେ ଚାଲିଯାଅ ଗାଆଁ ଦାଣ୍ଡେ ତୁମେ କାଖରେ କଳସୀ ଧରି ବୁଲି ବୁଲି ମତେ ଚାହୁଁଥାଅ ତୁମେ ଆଖିରେ ଲାଜକୁ ଭରି ଆଖିରେ ଆଖିରେ ମିଶିଯାଏ ଯେବେ ନଖରେ ଟାଣୁଛ ଗାର । ପ୍ରଥମ ଦେଖାରେ........ ତୁମ ସାଥେ ମୋର ଯେଦିନୁ ହୋଇଲା ସେଇ ନଈକୂଳେ ଦେଖା ଛାତିର କଂପନ ଆଖିର ସପନ ସେଦିନୁ ହୋଇଲାଣି ଏକା ଏକା ବୁଲୁଥିଲି ବାଆଂରା ଚଢେଇ ପାଇଲି ଠିକଣା ତୋର । ପ୍ରଥମ ଦେଖାରେ....... ପ୍ରକାଶ କୁମାର ଚାନ୍ଦ ଜୟପୁର ଶାସନ, ପିପିଲି, ପୁରୀ ମୋ - ୯୮୫୩୩୫୪୯୩୮/୭୦୦୮୯୨୫୯୫୪

0 Comments