Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରତାରଣା - ସଦାନନ୍ଦ ସାହୁ



ପ୍ରେମପ୍ରଣୟର  ସୀମାସରହଦ
          କଲା କିଏ ଅତିକ୍ରମ ;
ପ୍ରେମପାଇଁପ୍ରେମୀ ସାଜିଲାସୁନାମୀ
          ଲାଗଇ ବଡବିଷମ !!

ସବୁ ସମ୍ଭାବନା  କଲାଆନମନା
       ଆଖି ସପ୍ନ ଗଲା ହଜି;
ପ୍ରେମ ପରିଣାମ  ଖାଲିବଦନାମ
      ପ୍ରେମ ଝଡଆସେ ଗର୍ଜି !!

ପ୍ରତୀକ୍ଷାର ଅନ୍ତ ଘଟିଲାନିଶ୍ଚିତ
         ବିରହ ର ଚିତ୍କାରରେ ;
ପ୍ରେମିକା  ନାୟିକା ସପ୍ନବିଭୀଷିକା
     ବିଷ ଦେଲା ବିଶ୍ୱାସରେ !!

ପ୍ରେମର ଜୀବନ୍ତ ରମ୍ୟ କାନ୍ତି ଦୃଶ୍ୟ
      ସ୍ମୃତିରେ ବିସ୍ମୃତି ହେଲା ;
ଅଧୁରାସପନ ଦୁଃଖର କାରଣ
       ହୃଦୟକୁ ଜାଳିଦେଲା !!

ପ୍ରତୀକ୍ଷାର ଫଳ ନୁହଁଇ ମିଷ୍ଠକ
         ଭବିଷ୍ୟତ  ଅନ୍ଧକାର ;
ପ୍ରେମର ଗଣିତ ତୃଟିପୂର୍ଣ୍ଣ ମୋର
         କ୍ଷୀଣ ହେଲା କଣ୍ଠ ସ୍ୱର  !!

ପ୍ରତାରଣା କଲା ମୋତେ ବାଟ ବଣା
        ଠିକଣା ମୋ' ହଜି ଗଲା ;
ମରୁ ମରୀଚିକା ଶୋଷରେ ମାରିଲା
            ତଣ୍ଟି ମୋର ଶୁଖିଗଲା !!

ପ୍ରେମପଥ ଶୂନ୍ୟ ନାହିଁ ମୋ' ସପନ
             ଅବସାଦେ ବିତେ ଦିନ ;
ହୃଦୟରେ କୋହ ଆଖିରେ ମୋ' ଲୁହ
            ମରିନି ମୋ'ପ୍ରେମ ମନ !!

ନୂଆସ୍ୱପ୍ନ ଦେଖି ପ୍ରିୟା ଗଲା ହଜି
          ପ୍ରେମ ରାଇଜକୁ ତା'ର ;
 ଅଭାଗା ପ୍ରେମୀକ ତୁଟିନି ମୋ'ମୋହ
        ଶୁଣୁଚି  ତା' କଣ୍ଠସ୍ୱର  !!

 ପ୍ରେମର ରହସ୍ୟ  କରେ ଅଟ୍ଟହାସ୍ୟ
           ପ୍ରେମୀକ ସାଜିଲୁ କାହିଁ ;
ପ୍ରେମର ପାଉଣା ପାଇନୁତୁ ଜମା
           ସୁଖର ସମ୍ଭାର ନାହିଁ !!

ହେ ପ୍ରିୟା ପ୍ରହେଳିକା ମରୁ ମରୀଚିକା
            ଆସିବକି ଆଉ ଫେରି;
ମୁଁ'ପ୍ରେମୀ ସରାଗୀ ହସି ଉଠିବିକି
           ପ୍ରେମ ଜୟ ଗାନ କରି !!

ସଦାନନ୍ଦ ସାହୁ,
ଧୁରୁଷିଆ, ଆଠଗଡ଼, କଟକ

Post a Comment

0 Comments