Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପରକିଆ ପ୍ରୀତି - ଧ୍ରୁବ ଚରଣ ବେହେରା


ପରକିଆ ପ୍ରୀତି ଘାରିଛି ଜନକୁ ସତେକି ବାରୁଦ ବୋମା କିଛି ନୁହେଁ ସେତ କଅଣ କରିବ ମିଡିଆ ଖାଏ ଉପମା ।୧। ଆଇ:ପି:ସି ଧାରା ଚାରି ଶହ ସତାନବେ ଉଠିଗଲା ଭଲ ହେଲା ନାରୀ ପୁରୁଷର ସମ ଅଧିକାର କାହିଁକି କରୁଛ ପାଲା ।୨। ବାହାଘର ଏକ ପବିତ୍ର ବନ୍ଧନ ତୁମକୁ କି ଜଣା ନାହିଁ ପର ପୁରୁଷରେ ପର ନାରୀ ଠାରେ ଦିନକୁ କାଟୁଛ କାହିଁ ।୩। ବିଶ୍ବାସ ହାରିଲେ ପତି ପତ୍ନୀ ଦୁଇ ନିଶ୍ଚିତ ଉଠିବ ଝଡ଼ ସତୀ ନାରୀ ସଦା ସୁ ପଥେ ଚାଲଇ ମାନବିକତା ତା" ନୀଡ ।୪। ଯେଉଁ ପୁରୁଷର ମୁହେଁ ଖଡାଗଛ ଭୁଲି ଯାଏ ପରିବାର ଲକ୍ଷ୍ମୀ ପରି ପତ୍ନୀ ଭୁଲି ଯାଇକରି କାଣି କୁ କରେ ନିଜର ।୫। ଭାରତ ସଂସ୍କୃତି ସବୁଠାରୁ ଭିନ୍ନ ଥାଏ ନାରୀର ସମ୍ମାନ ଯୁଗେ ଯୁଗେ ସିଏ ଅଟେ ବନ୍ଦନୀୟା ମୂର୍ଖେ କରିଥାନ୍ତି ଛିନ୍ନ ।୬। ବିବାହ ବନ୍ଧନେ ବାନ୍ଧିବା ପୂର୍ବରୁ ବୁଝି ସୁଝି ବାହା ହୁଅ ସହମତି ବିନା କରିଲେ ବିବାହ ପ୍ରତିବାଦି କିଏ କହ ।୭। ବିବାହ କରିବା ଛାଡ ପତ୍ର ଦେବା ଅଟେ ଅ ନୈତିକ କାର୍ଯ୍ଯ ଯାହା ପାଖେ ନାହିଁ ସୁ ଚରିତ୍ର ବୁଦ୍ଧି ନଥାଏ ତାଙ୍କରି ଧୈର୍ଯ୍ୟ ।୮। ଛୁଆ ପିଲା ଛାଡି ପର ପୁରୁଷରେ ସଂସାର କରୁଛ କାହିଁ ପର ସ୍ତ୍ରୀ ପାଖେ ଅବା ଝିଅ ପାଖେ ପାଦ ଚାଟୁଥାଅ ଯାଇ ।୯। ବୟସ ଆସିବ ଦିନେ ଚାଲିଯିବ ଭଙ୍ଗୁର ପଡିବ ଚର୍ମ କେହି ଦେଖିବେନି ଆଡ ଆଖିରେ ବି ଏହା ଜନ୍ମ ମୃତ୍ୟୁ ଧର୍ମ ।୧୦। ସଂଜତ ରଖନ୍ତୁ ବିଶ୍ବାସର ଧାରେ ସୈନିକର ମନ ନେଇ ପ୍ରତିବତା ସ୍ତ୍ରୀ ଆମେ ନାରୀ ଗଣ ଆମ ପରି କେହି ନାହିଁ ।୧୧। ପରିବାର ପରି ସୁନ୍ଦର ଯାନର ଦୁଇଟି ଚକରେ ଆମେ ଗୋଟିଏ ବିନା ସେ ଚାଲି ନ ପାରିବ ଏକଥା ସତ୍ଯ ଏ ଭୂମେ ।୧୨। ସୁପ୍ରିମକୋର୍ଟର ସମାଧାନ ନୀତି ଜନତାଙ୍କ ହିତ ଲାଗି ସମ ଅଧିକାର ଦେଲେ ଖଣ୍ଡପୀଠ ସମସ୍ତେ ତାହାର ଭୋଗି ।୧୩। ଆମେତା ଜନତା ଗଣତନ୍ତ୍ର ଲାଗି ଦେଉଥିବା ସନମାନ ବିଜୟ ତ୍ରିରଙ୍ଗା ଜାତିର ପ୍ରତିକ ଆମେ ତା କୋଳ ସନ୍ତାନ ।୧୪। ପରକିଆ ପ୍ରୀତି ଅଟେ ମୂଲ୍ଯହୀନ କାଦୁଅଠୁ କଦାକାର ସମାଜ ଭିତରେ ଆମେ ସାମାଜିକ ଜାଣନ୍ତୁ ସୁ ଜ୍ଞାନୀ ନର ।୧୫। ଗରବ ଠୁ ଧନୀ ,ଧନୀ ଠୁ ଗରିବ ସଂସ୍କୃତି ନ ଭୁଲ କେବେ କେତେ ବି ପାଶ୍ଚାତ୍ଯ ଆସୁ ଥାଉ ମାଡ଼ି ସଂସ୍କାରେ ବଞ୍ଚିବା ଏବେ ।୧୬। ଆମରି ସଂସ୍କୃତି ବିଦେଶରେ କ୍ଷ୍ୟାତ ବିଦେଶୀ ନେଲେ ଆଦରି ଆମେ ତାର ଅଟୁ ମୂଖ୍ଯ ସଂରକ୍ଷକ ପୂଜୁଥିବୁ ନିତି ସ୍ମର ।୧୭। ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0 Comments