Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁସନ୍ଧାନ - ହୃଷୀକେଶ ମିଶ୍ର


ମୋର ଗୀତ ସୁରେ ରହିଥାଅ ତୁମେ ଛନ୍ଦ ଲୟ ତାଳ ହୋଇ, ଅବୁଝା ମୋ ମନ ତାଳ ଭୁଲେ କିଆଁ ତୁମକୁ ପାଇବା ପାଇଁ। ରଜନୀ ଗନ୍ଧାର ସୁଗନ୍ଧ ଯେ ତୁମେ ସୁଗନ୍ଧେ ଧରା କମ୍ପଇ, ସୁଗନ୍ଧେ ମୁଁ ରହି ସୁଗନ୍ଧିତ ହୋଇ ସନ୍ଧାନେ ହୁଅଇ ବାଇ। ପୁନେଇ ତିଥିରେ ଜହ୍ନ ସାଥେ ଥାଅ ଶୀତଳ କିରଣ ହୋଇ, ତଥାପି ମୋ ମନ ଦେଖଇ ସପନ ତୁମରି ପୀରତି ପାଇଁ। ବସନ୍ତ ଋତୁର ମଳୟ ତୁମେ ଗୋ ଶିହରି ଉଠଇ ଦେହ, ପାଖରେ ମୁଁ ଥାଇ ଖୋଜି ବୁଲୁଥାଇ କେମିତିକା କଥା କୁହ। ନିଶ୍ଚଳ ପ୍ରୟାସ କରୁଥିବି ତୁମ ଠିକଣା ପାଇବା ପାଇଁ, ତୁମ ପାଖେ ଥାଇ ତୁମକୁ ନ ପାଇ କେଉଁଠାକୁ ଯିବି ଧାଇଁ।

Post a Comment

0 Comments