Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୁଁ ଗୋଟେ ଝିଅ - ଅରୁଣ କୁମାର ମହାନ୍ତି


ମୁ କିଏ??
କଣ ମୋର ଅସ୍ତିତ୍ବ???
ଉତ୍ତର ମିଳେ...!!
ତୁ ଦୁର୍ବଳ, ତୁ ଅସହାୟ, ତୁ ବୋଝ...
କାରଣ ତୁ  ଗୋଟେ ଝିଅ.....!!!

ସମୟ କୋଳରେ ଯେବେ ବଡ ମୁ ହେଲି
ଦୁନିଆର ରୀତିନୀତି କୁ ପରଖି ନେଲି
ମୋ ପ୍ରଶ୍ନର ଉତ୍ତର ମୁ ଖୋଜି ପାଇଲି....
ନା ମୁ ଦୁର୍ବଳ, ନା ମୁ ଅସହାୟ, ନା ମୁ ବୋଝ
 କାରଣ ମୁ ଗୋଟେ ଝିଅ.....!!!

ପରିବାରର ସନ୍ମାନ ମୁ...
ବାପା ମାଆ ର ଅଭିମାନ ମୁ....
ଏ ସଂସାରର ସମସ୍ତ ରୂପ ରୁ
 ସବୁଠୁ ସୁନ୍ଦର ରୂପ ମୁ.....
ସୃଷ୍ଟି ଉତ୍ପତିର ପ୍ରଥମ ବୀଜ ମୁ...
ନୂଆ ସମ୍ପର୍କର ପ୍ରଥମ ପରମ୍ପରା ମୁ...
ପ୍ରେମ ବନ୍ଧନର ଅତୁଟ ଡୋର ମୁ...
ମୋ ବିନା ଏ ସୃଷ୍ଟି ଅସମ୍ଭବ....
ତଥାପି ମୁ ଆଜି ପଡୁଚି ବଳି....
ମୋ ମହିମା କେହି ପାରୁନି ଜାଣି....
ଭାବୁଛି ଗୋଟେ ଅଡୁଆ ସୂତା ଖିଅ
କାରଣ ମୁ ଗୋଟେ ଝିଅ.....!!!!

ମୁ ଏକ ଜ୍ବଳନ୍ତ ଅଗ୍ନି ଶିଖା ଟିଏ
ଛୁଇବନି ମୋତେ, ଜଳିଯିବ ତୁମେ
ମୁ ଦୁର୍ଗା, ମୁ କାଳୀ, ମୁ ହିଁ ପାଞ୍ଚାଳୀ
ମୁଁ ହିଁ ସୃଷ୍ଟି  ଆଉ  ମୁଁ ହିଁ ବିନାଶ
ମୁଁ ହିଁ ଅମୃତ ଆ ମୁଁ ହିଁ ବିଷ
ଭାବିବନି ମୋତେ ଗୋଟିଏ କୋମଳ ପୁଷ୍ପ
ଗୋଟେ ଦୁର୍ବଳ ଅସହାୟ ଝିଅ.....!!!!

 ମୁ ଆହ୍ୱାନ କରୁଛି...
ଜାଗ୍ରତ ହୁଅ ନାରୀ କରି ଶଙ୍ଖ ବନ୍ଦନା
ଦେଖାଇ ଦିଅ ତୁମର ଚାରୁ ରୁଦ୍ର ପ୍ରତିମା....
              ସମୟ ଆସିଛି...
ବୀନତି ନୁହେ.... ଚେତାବନୀ ର
ଅଶ୍ରୁ ର ନୁହେ.... ଅସ୍ତ୍ର ଉଠାଇବାର
ନା ଲାଜ ର  ନା  ଲଜ୍ଜ୍ୟାର...
ସମୟ ଆସିଛି ବିଦ୍ରୋହର
ନିଜ  ଅଧିକାର ସାବ୍ୟସ୍ତ କରିବାର
ସ୍ବାଭିମାନ ସହ ବଞ୍ଚିବାର.....

ଅରୁଣ କୁମାର ମହାନ୍ତି,
ଇଷାଣପୁର, ଯାଜପୁର, ଫୋନ୍-୭୭୧୫୦୮୧୩୦୮

Post a Comment

0 Comments