Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ମୋ ଦେଇ - ପରମିତା ମିଶ୍ର


ଦେଇ ଆଉ ମୁଁ ମାତ୍ରେ ବର୍ଷେ ବଡ ସାନ। ଦେଇ ପିଲାବେଳୁ ପୋଲିଓ ରେ ପିଡିତ। କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଇ ର । ମୋ ପାଇଁ ମୋ ଦେଇ ମୋର ସବୁଠୁ ଭଲ ସାଂଗ କିନ୍ତୁ ମୋ ଦେଇ ପାଇଁ ତ ମୁଁ ତା ଦୁନିଆ ଥିଲି । ବଡ ବିଡମ୍ବନା ର କଥା ଯେ ଏ କଥା ର ହୃଦୟଙ୍ଗମ ମତେ  ହେଲା କିନ୍ତୁ ବହୁତ ବିଲମ୍ବ ରେ।ଏ ଭୁଲ ପାଇଁ ମୁଁ ସାରା ଜୀବନ ନିଜକୁ କ୍ଷମା କରି ପାରିବିନି । ଦେଇ ବାହାରକୁ ଜାଏନି । ଲଡବଡେଇ ଚାଲେ ବୋଲି ପିଲାଏ ତାକୁ ଚିଢେଇ ଦିଅନ୍ତି।ଘର ଆଗକୁ ବାରଣ୍ଡା, ତା ଆଗକୁ କିଛି ହାତ ଜାଗା ଥିଲା, ସେ ପାଖରେ ଆମ ବୃନ୍ଦାବତୀ ମାଁ ଙ୍କ ର ଘର। ଉପରେ ଗମଲାରେ ତୁଳସୀ ଆଉ ତା ତଳେ ଆମେ ଦୁଇ ଭଉଣୀ ଙ୍କ ଚ୍ଛୋଟିଆ ସାଂସାରିକ ଘର ଖଣ୍ଡେ। ନିଇତି ସ୍କୁଲ ରୁ ଫେରିବା ମାତ୍ରେ ଆମେ ଦୁହେଁ ଆମର ସେହି ଘରେ ଖେଳି ବାରେ ମାତି ଯାଉ।ଲୀନା ଆମ ସହ ଖେଳିବାକୁ କେତେ ଥର ପଚାରିଛି ବୋଧେ ଦେଇ କୁ ଭଲ ଲାଗିବନି ଆଉ କେହି ଖେଳିଲେ ବୋଲି ମୁଁ ତାକୁ ମନା କରିଦିଏ । ଠାକୁର ଗୋଟେ ହାତରେ ନେଲେ ଗୋଟେ ହାତରେ ଫେରେଇ ଦିଅନ୍ତି, ଦେଇ ର ଗୋଡ ଟା ଅକର୍ମଣ୍ୟ କିନ୍ତୁ ହାତ ଟା ଚମତ୍କାର। ମାର୍ଗଶିର ଗୁରୁବାରରେ ଘରଟା ସାରା ଦେଇ ହାତର ଚିତ୍ର ମୋର ଏବେବି ମନେ ପଡିଯାଉଛି। ନିର୍ଜୀବ ରେ ବି ଜୀବନ ଦେଇ ଦେଇ ପାରେ।ଖାଲି କାଗଜ ରେ ଗାର ଟିଏ ଟାଣି ଦେଲେ ବି ସୁନ୍ଦର ଚିତ୍ର ଟେ ଆଙ୍କି ହେଇଯାଏ। ନଇ କୂଳରେ ବସିଥିବା ଏଇ ଯୋଉ ଦୁଇ ଝିଅ ଙ୍କ ଚିତ୍ର ଟି ଡ୍ରଇଁ ରୁମ୍ ରେ ଲାଗିଛି ମୋ ଦେଇ ଆଙ୍କି  ଥିଲା।

ସେଦିନ ମୁଁ ଦେଇ କୁ ମୁଁ ଜିଦ କରି ନେଇ ଜାଇଥିଲି ପାଖ ନଇ କୂଳ କୁ, କଞ୍ଚା ମାଟି ରେ ଗୋଡ ଖସିଗଲା ତାର, କିଛି ପିଲା ତାକୁ ଚିଡ଼େଇ ବାରୁ ମୋର ଭାରି ଝଗଡ଼ା ହୋଇଥିଲା,ବହୁତ୍ ସମୟ ମତେ ବୁଝାଉଥିଲା,  ଦେଇ ମତେ ବୁଝାଇ କହିଥିଲା,ମୁଁ ତା ସହ ଅଛି ମାନେ ତାକୁ କାହା କଥା କିଛି ଖରାପ ଲାଗେନି। ଆମେ ସେଠି କିଛି ସମୟ ବସିଯାଇ ଥିଲୁ, ସେଦିନ ରାତିରେ ଦେଇ ସେ ଚିତ୍ର ଟି ଆଙ୍କି ଥିଲା, ମତେ ବହୁତ୍ ଭଲ ଲାଗେ ସେ ଚିତ୍ର ଟି ମୋ ଦେଇ ର ପ୍ରଥମ ଚିତ୍ର ସେ । ସବୁଦିନ ସକାଳୁ ଉଠି, ସାଙ୍ଗ ହୋଇ ସ୍କୁଲ ଯାଉ ଓ ପୁଣି ରାତି ଶୋଇଲା ଯାଏ ଆମେ ଦୁହେଁ ସାଥୀ ହୋଇ ରହୁ।ଦିନ ଆରମ୍ଭ ରୁ ଶେଷ୍ ଯାଏ ଆମେ ଦୁହେଁ ସାଥୀ ହୋଇ ଥାଉ ।କିନ୍ତୁ ଅଷ୍ଟମ ଶ୍ରେଣୀ ପରେ ଦେଇ ଆଉ ଏକ ସ୍କୁଲ କୁ ଗଲା। ବାପା ତାକୁ ଅଣା ନିଆ କରନ୍ତି।ଭାରି ଉଦାସ ମନରେ ଆମେ ସ୍କୁଲ ଯାଉ। ପଢ଼ା ପଢି ଚାଲିଲା, କିନ୍ତୁ ସ୍କୁଲ ରେ ଏକା ଏକା ଭାରି ବୋର ଲାଗେ ତା ବିନା । ତାପରେ ଲୀନା ଆସିଲା, ତାପରେ ରାକେଶ, କୁନାଲ୍ ଆଉ ମଲ୍ହାର ବି ଆଉ ମାନସି ବି ଆସିଲେ ଆମ ଘରକୁ। ମୁଁ ସ୍କୁଲ ରୁ ଜଲଦି ଆସେ। ଦେଇ କିନ୍ତୁ ତା ସ୍କୁଲ ପରେ ଟିଉସନ କରେ ଆଉ ଘରକୁ ଆସିଲା ପରେ ପଢାରେ ଲାଗିଯାଏ।ଆଗ ଆମେ ସବୁ ମିଶି ପାଠ ପଢୁ ଥିଲୁ ଏବେ କିନ୍ତୁ ମୋ ସାଙ୍ଗ ମାନେ ମୋ ସହ ପଢୁଥିଲେ । ପଢାରେ ଟିକେ ଦୁର୍ବଳ ଥିଲା ଦେଇ ତେଣୁ ବହୁତ୍ ପରିଶ୍ରମ କରେ ସେ।ତାପରେ ଧୀରେ ଧୀରେ  ସେ ନଥିଲା ବେଳେ ମୁଁ ମୋ ସାଙ୍ଗ ମାନଙ୍କ ସହ ଚଁଉରା ତଳ ଘରେ ଖେଳୁ।ସେଦିନ ଦେଇ ଆଖିରେ ପଡିଗଲା କିନ୍ତୁ ସେ କିଛି କହିଲାନି। ମୁଁ ଭାବିଲି ତାର କିଛି ଅସୁବିଧା ନାହିଁ।

ସମୟ ସହ ଧିରେ ଧିରେ ସବୁ ବଦଳି ବାକୁ ଲାଗିଲା। ମୁଁ ଦେଇ କୁ ସମୟ ଦେଇ ପାରୁ ନଥିଲି କିନ୍ତୁ ଯେତେବେଳ ମିଶୁ ଆମେ ବହୁତ୍ କଥା ହେଉ ମୋର ମାଟ୍ରିକ ବହୁତ୍ ଭଲ ହୋଇଥିଲା। ମୋର ବହୁତ ସାଂଗ ଡିପ୍ଲୋମା ପାଇଁ ବାହାରକୁ ଗଲେ।ବାପା ମତେ ବି ହଷ୍ଟେଲ ରେ ଛାଡିଦେଲେ। ଡିପ୍ଲୋମା ସରିଲା, ଡିଗ୍ରୀ ବି। ମୁଁ ଘରକୁ ମଝିରେ ମଝିରେ ଯାଏ। ଦେଇ ଆଉ ମୁଁ ବହୁତ୍ ଗପୁ, ଦେଇ ଏବେବି ସେମତି ହିଁ ଥିଲା।ସେ ଆଉ ତାର ରଙ୍ଗର ଦୁନିଆ। ସେ ସ୍ଥାନୀୟ କଲେଜରୁ ସ୍ନାତକ ସରିଲା ଆଉ ପଢିବାକୁ ଚାହିଁଲାନି। ଘର ସାରା ତା ହାତର ଯାଦୁ ବିଛୁରି ରଖିଥିଲା।ଦୁନିଆ ଯାଇ ଚାନ୍ଦ ରେ ପହଂଚି ଗଲାଣି କିନ୍ତୁ ଦେଇ ମୋର ଅତି ନିରିହ ଟି ଏ ହୋଇ ରହି ଯାଇଥିଲା।  ବି ଟେକ ପରେ ମତେ ବାଙ୍ଗାଲୋର ରେ ଚାକିରି ମିଳିଲା, ମୁଁ ସେଠି କୁ ଚାଲିଗଲି। ସେ ଥର ଛୁଟିରେ ଆସିଥିଲି ତ ଘର ର ମାହୋଲ ଟିକେ ଅଲଗା ଥିଲା। ମାଆ ଟିକେ ଦୁଃଖୀ ଥିଲେ ମତେ କହିଲେ ଦେଇ କୁ କେହି ଦେଖି ଆସିଥିଲେ କିନ୍ତୁ ମନା କରିଦେଲେ। ଆଗରୁ ଏମିତି ହୋଇଛି, କିଛି ଦିନରେ ସବୁ ଠିକ୍ ହୋଇଯିବ ବୋଲି ମୁଁ ବି ମାନି ନେଲି ।ବେଶୀ ବଡ କଥା ନୁହଁ ଓ ତାଠୁ ଅଧିକ ମୁଁ ମୋ ଦୁନିଆ ରେ ବ୍ୟସ୍ତ ଥିଲି। ଦେଇ ଶ୍ରୀ କୃଷ୍ଣ ଭଗବାନ କୁ ବହୁତ୍ ଭଲ ପାଏ । ତା ର ସବୁ ଚିତ୍ର ରେ କୃଷ୍ଣ ଙ୍କ ଟିକେ ଝଲକ ଛାଡେ। ଏବେ ଯୋଉ କୃଷ୍ଣ ଛବି ଟି ସେ ବନେଇଥିଲା ମନ ମୋହି ନେଉଥିଲା। ମୁଁ ସବୁ ଚିତ୍ର ଗୁଡିକ ର ଫଟୋ ଉଠେଇ ନେଇଥାଏ ମୋ ଫୋନ ରେ ସାଙ୍ଗ ମାନଙ୍କ ଆଗରେ ଟିକେ ଦେଖେଇ ହେବା ପାଇଁ। 

କିଛି ଦିନ ପରେ ବାପା ରିଟାର୍ଡ ହେଲେ। କହୁଥିଲେ ନାନି କୁ କୋଉ ଭଲ ଡକ୍ଟର କୁ ଦେଖେଇବେ। ଆଜି କାଲି ବିଜ୍ଞାନ ବହୁତ୍ ପ୍ରଗତି କଲାଣି। ତେଣୁ ଗାଁ ର ଘର ବାଡ଼ି ସବୁ ବିକି ବାଙ୍ଗାଲୋର ରେ ଫ୍ଲାଟ୍ ଖଣ୍ଡେ କିଣିଲୁ। ମୋ ପରିବାର ବାଙ୍ଗାଲୋର ଆସିଲା ପରେ ମୋ ସାଙ୍ଗ ମାନେ ଏଥର ମୋ ଘରକୁ ଯିବା ଆସିବା କରୁ ଥିଲେ। ସେମାନେ ମୋ ପାଖରୁ ଦେଇ ର ଚିତ୍ର ସବୁ ଦେଖିଥିଲେ। ସେଠି ସେମାନେ ସମସ୍ତେ ମୋ ଦେଇ ର ବହୁତ୍ ବଡ ପ୍ରଶଂସକ ବନି ଯାଇଥିଲେ।ମୁଁ ଭାବିଲି ଯାହା ହେଉ ଏଥର ଦେଇ ଘରୁ ବାହାରି ଆଜାଦରେ ଜୀବନ ଜିଇଁବ। ରୋହିଣି ଆଉ ମୟୂରୀ ସବୁଦିନ ମୋ ଘରକୁ ଆସନ୍ତି ଆଉ ଏଥର ମୋ ଠୁ ବେଶି ଦେଇ ସହ ବିତାନ୍ତି। ରୋହିଣି ଦେଇ କୁ ଫୋନରେ ଫୋଟୋ ସବୁ ଛାଡିବା ଶିଖେଇ ଦେଇଛି। ଏବେ ଫେସବୁକ  ପେଜରେ ଦେଇର ଚିତ୍ର ସବୁ ବେଶ୍ ପ୍ରସିଦ୍ଧ। ମୋର ସବୁ ସାଙ୍ଗ ସାଥି ଏବେ ଦେଇର ପ୍ରଶଂସକ। କୋଉଠି ଦେଇ ମୋର ଘର କୋଣେ ବସି ରଙ୍ଗ ସହ ଘାଣ୍ଟି ହେଉଥିଲା ଆଜି ମୋ ଠୁ ଅଧିକ ତାର ସାଂଗ ସାଥି ଓ ପ୍ରଶଂସକ। ବହୁତ ଫୋନ ଆସେ, କେତେ ତ ତାର ଚିତ୍ର ସବୁ କିଣି ବାକୁ କୁହନ୍ତି। କେତେ ଅର୍ଡ଼ର ଦିଅନ୍ତି ବନେଇବା ପାଇଁ। ମୟୂରୀ ତା ର ଚିହ୍ନା ଲଗେଇ ଏବେ କାଳେ ଦେଇ ର ସବୁ ଚିତ୍ର ପ୍ରଦର୍ଶନୀ କରାଇବା ପ୍ରସ୍ତାବ ଦେଇଛି। ସେଦିନ ମୟୂରୀ କହୁଥିବାର ମୁଁ ଶୁଣିଲି,' ଦେଇ ସହର ରେ ଏ ଚିତ୍ର ସବୁ ଲୋକେ ଲକ୍ଷ ଲକ୍ଷ ରେ କିଣନ୍ତି, ତୁମେ ବିନା ଶିକ୍ଷା ଗ୍ରହଣ କରି ଏତେ ସୁନ୍ଦର୍ ଚିତ୍ର କରି ପାର ବିଶ୍ବାସ କର ତୁମ ବହୁତ୍ ନାଁ କରିବ, ମୁଁ ତୁମକୁ ସାହାଯ୍ୟ କରିବି। 'ମୁଁ ସେହି ପଟେ ଚାଲିଗଲି ଦେଇ ପଛ ରୁ ଡାକୁ ଥିଲା ମୁଁ ତାକୁ ଅଣଦେଖା କରି ଚାଲିଗଲି, ରାଗ, ରୁଷା, ଅଭିମାନ, ଗ୍ଲାନି ଏହାକୁ କି ନାମ ଦେବି ଜାଣିନି କିନ୍ତୁ ଏଥର ମୁଁ ଆଉ ଦେଇ ସହ କଥା ବି ହେଉ ନଥିଲି। କେତେ ଡାକୁ ଥିଲା ମତେ ସେ, ହେଲେ ମୁଁ ସବୁବେଳେ କିଛି ନା କିଛି ବାହାନା କରି ତାକୁ ଟାଳି ଦିଏ।

ମୋର ପଦୋନ୍ନତି ହୋଇଥିଲା।ମୁଁ ସେଦିନ ଅଫିସ ରେ ଖୁସି ରେ ପାର୍ଟୀ ଦେଇଥିଲି କିନ୍ତୁ ସେଦିନ ଦେଇ ର ପ୍ରଥମ ଚିତ୍ର ପ୍ରଦର୍ଶନୀ ଥିଲା, ମୁଁ ମୋର ସବୁ ସାଙ୍ଗ ମାନଙ୍କୁ ଡାକିଥିଲି କିନ୍ତୁ ଅଧା ରୁ ଅଧିକ ତ ଦେଇ ର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, ବାପା ବୋଉ ବି ସେଠି ହିଁ ଥିଲେ। ଖାଇବା ଟେବୁଲ ରେ ବୋଉ ଦେଇ ର କଥା ଖାଲି କହୁଥିଲା, ମତେ ଦେଖି ଦେଇ ବି ଆରମ୍ଭ ହୋଇଗଲା, ଏୟା ହେଲା ସେୟା ହେଲା, ହେଲେ ମୀନୁ ତୁ କାହିଁକି ଆସିଲୁନି। ମୁଁ ସତରେ ତତେ ବହୁତ୍ ଖୋଜୁଥିଲି। ବାରମ୍ବାର ସେଇ କଥା ଶୁଣି ଶୁଣି ମୁଁ ଚିଢି ଯାଇଥିଲି। ସେଦିନ ତାକୁ କଣ କଣ ନ ଶୁଣେଇଛି। ରାଗରେ କହିଦେଲି ତାକୁ ବାଙ୍ଗାଲୋର ଆଣିବା ଟା ମୋର ସବୁଠୁ ବଡ ଭୁଲ। ସେ ଏଠି ନଥିଲା ମୁଁ ବହୁତ ଖୁସି ରେ ଥିଲି। ପରଦିନ ଅନ୍ଯ ମାନେ ଉଠିବା ଆଗରୁ ମୁଁ ଅଫିସ୍ ଚାଲିଗଲି। ଏବେ ବି ମୋ ମନ ଖୁସି ନଥିଲା କିନ୍ତୁ ମୁଁ ଜାଣି ପାରୁନଥିଲି କାରଣ କଣ? ଘରୁ ବହୁତ୍ ଫୋନ ଆସୁଥିଲା ମୁଁ କଥା ହେବାକୁ ଚାହୁଁ ନଥିଲି, ତାପରେ ରୋହିଣି ଦୌଡି ଆସି କହିଲା ମିନୁ ଦେଇ କୁ ମେଡିକାଲ୍ ନିଆ ଯାଇଛି ତତେ ଡାକୁଛନ୍ତି। ଜଲଦି ଯା। ମୁଁ ମନରେ ଭାବିଲି ହଁ କଣ ଟେ ହେବ ଗୋଡ ଟା ଦେଖେଇ ବାକୁ ଜାଇଥିବେ ଆଉ କଣ? ଆଉ ଏବେ ତ ଦେଇ ବହୁ ଚର୍ଚ୍ଚିତ ଲୋକ ମୋର ବା ତାକୁ କି ଆବଶ୍ୟକତା। ତାତ୍ସଲ୍ୟ ରେ ମୁଁ କହିଲି ତୁ ଜିବୁନି କି? ରୋହିଣି କହିଲା ମୁଁ ଏବେ ସାଂଗେ ସାଂଗ କାମ ସାରି ଯାଉଛି। କହି ଚାଲିଗଲା। ମୁଁ ଆଉ ସେ ଆଡକୁ ଧ୍ଯାନ ନଦେଇ ମୋ କାମ କଲି। କାମ ସରିଲା ପରେ ମୁଁ ସିଧା ଘରକୁ ଗଲି। ଏବେବି ମନ ବଡ ଅସମଞ୍ଜସ ରେ ଥିଲା କଣ ଚାଲିଥିଲା ମୁଁ ବୁଝି ପାରୁନଥିଲି। ଆଉ ଏମିତି ହିଁ ମୋର ପାଦ ଆପଣା ଛାଏଁ ଦେଇର ରୁମ୍ ଆଡକୁ ଚାଲିଗଲା। ଏତେ ସମୟ ଧରି ଗୋଟିଏ ଘରେ ଥାଇ ବି ମୁଁ କେବେ ଦେଇ ର ରୁମ୍ କୁ ଆସି ନଥିଲି। ଦେଇ ର ରୁମ୍ ରେ ଦୁଆର ମୁହଁରୁ ଆଉ ପୁରା ରୁମ୍ ରେ ଆମ ଦୁହିଁଙ୍କର ପିଲା ଦିନରୁ ଆଜି ଯାକର ସବୁ ସ୍ମୃତି ରେ ସଜାଇ ହୋଇ ରହିଛି। ଚାରିପଟେ ଆମ ଦୁହିଁଙ୍କର ବହୁତ୍ ସାରା ଫୋଟ ଲାଗିଛି। ଥରେ ଦେଇ ର ଗୋଟେ ଚିତ୍ର ମୋ ହାତରେ ଖରାପ ହୋଇଯାଇଥିଲା ସେଇଟା ବି ଅଛି। ତାକୁ ହାତରେ ନେଲା ବେଳେ ମୋ ଆଖିରୁ ଝରି ଯାଉଥିଲା ମୋର ସମ୍ପୁର୍ଣ୍ଣ ପିଲାଦିନ। ହଠାତ୍ ନଜର ପଡିଲା ତକିଆ ତଳ ର ଏକ ଡାଏରି ଉପରେ। କିନ୍ତୁ ଦେଇ କେବେ ଡାଏରି ଲେଖିବା ଆରମ୍ଭ କଲା? ଆହୁରି ରାଗ ଲାଗିଲା ମୋ ବିଷୟରେ ସବୁ କଥା ଦେଇ ଜାଣେ ଅଥଚ ଦେଇ ର ଏମିତି କେତେ କଥା ଅଛି ଜାହା ମୁଁ ଜାଣିନି। ମନ କହିଲା ତୁ କେବେ ଜାଣିବାକୁ ଚାହିଁଚୁ? ସତେତ  ମୁଁ ସବୁବେଳେ ମୋ କଥା ତାକୁ କହେ କେବେ ତା କଥା ଶୁଣେନି। ପୃଷ୍ଠା ପରେ ପୃଷ୍ଠା ଉଲଟାଇବା ଆରମ୍ଭ କଲି ତ ବୁଝିଲି ଯେ, ମୁଁ କେବେ ଜାଣି ହିଁ ପାରିଲିନି ଯେ ମୋ ଜୀବନରେ ଏତେ ଲୋକ ଆସିଲେ କିନ୍ତୁ ତା ଜୀବନ ରେ କେବଳ ମୁଁ ହିଁ ଆସିଥିଲି। ଆଉ କାହାକୁ ସେ ଆଣି ବାକୁ ଦେଇନି।ମୋ ଦେଇ କେତେ ଏକା ଥିଲା ତା ଜୀବନ ରେ।ଯେଉଁ ପୃଷ୍ଠା ଟି ଗତ ରାତିରେ ଲେଖିଥିଲା ସେଥିରେ ଲେଖା ଥିଲା, 'ଡାଏରୀ ମୁଁ ଜାଣିନି ମୁଁ ଆଉ କେତେ ଦିନ ବଞ୍ଚିବି, ମୋ ହୃଦୟର ଛିଦ୍ର ଟି ବୋଧେ ଆହୁରି ଗଭୀର ହୋଇଗଲାଣି। ମୋ ମିନୁ ଜାଣିଲେ କେତେ ମନ ଦୁଃଖ କରିବ ତାକୁ ଆଜି ଯାଏଁ ଏ କଥା ଲୁଚାଇ ରଖିଛି କିନ୍ତୁ ଏ ଦେହ ଆଇ ସାଥ ଦେଉନି ମୁଁ କଣ କରିବି ଡାଏରୀ,...' ମୋ ପାଦ ତଳୁ ମାଟି ଖସି ଗଲା ସତେକି!, ଏତେ ବଡ଼ କଥା ମୁଁ ଜାଣିନି, ଆଖିରୁ ଝରିଗଲା ସବୁ ରାଗ, ଅଭିମାନ, ଇର୍ଷା ।ଇତଃସ୍ତତଃ ରେ ଡାଏରୀ ର ଶେଷ ପୃଷ୍ଠା ଟି ବାହାରି ଆସିଲା। ଶେଷ ଫର୍ଦ୍ଦ ଟିରେ ଦେଇ ଆଙ୍କି ଥିଲା ଏକ୍ ସୁନ୍ଦର କ୍ଷତାକ୍ତ ହୃଦୟ, ଆଉ ତା ଭିତରେ ମୋର ମୁହଁ। କୋହ ସମ୍ଭାଳି ହେଲାନି ମୋର ସେ ଚିତ୍ର ଦେଖି, କେତେ କଷ୍ଟ ରେ ଅଛି ମୋ ଦେଇ। ଆପଣ ମାନେ ଭାବୁଥିବେ ମୁଁ ସତରେ କେତେ ସ୍ବାର୍ଥ ପର। ହଁ ମୁଁ ବି ନିଜପାଇଁ ଆଜି ସେୟା ହିଁ ଭାବୁଛି। ସାରା ଜୀବନ୍ ମୋ ନାନି କେବଳ ଦେଇ ଚାଲିଛି।ପିଲା ବେଳେ ଆମେ ଶପଥ ନେଇଥିଲୁ ଚିନୁ ମିନୁ ଦୁଇ ଭଉଣୀ ଦୁଇ ଦେହ ଗୋଟେ ପ୍ରାଣ କଥା ଦେଲି ମତେ ଲୋଡା ନାହିଁ ସାଂଗ ତୋ ବିନା ଏ ଜୀବନ ତୋ ବିନା ଏ ଜୀବନ। କିନ୍ତୁ ଆଜି ଯାଏଁ କେବଳ ସେ ହିଁ ପାଳି ଆସିଛି ବନ୍ଧୁତ୍ୱ କୁ ଭଗବାନ ମତେ ଆଜି ମୋ ବନ୍ଧୁତ୍ୱ ପାଳି ବାର ସୁଯୋଗ ଟିଏ ଦେଇଛନ୍ତି ଜାଣିଛି ସମୟ ଓ ପରିସ୍ଥିତି ବିପରିତ ଅଛି, କିନ୍ତୁ ମୋ ଦେଇ ର କ୍ଷତାକ୍ତ ହୃଦୟ ଚିତ୍ର ଟିକୁ ମୁଁ ସଜାଡି ଦେବି ନିଶ୍ଚୟ ।  

ପରମିତା ମିଶ୍ର, ଆମ୍ବପୁଆ, ବ୍ରହ୍ମପୁର

Post a Comment

0 Comments