Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାହେଶ୍ଵରୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ମହାଦେବୀ ମାହେଶ୍ଵରୀ ସତୀ ଶକ୍ତିମତ୍ତୀ
ଅଭୟ ବରଦା ଉଗ୍ରତାରା ଉଗ୍ର ମୂର୍ତ୍ତି  ।।
ଆଜିର ଦିନରେ ତୋରେ କରିବଇଁ ଅଳି
ଚକ୍ଷୁ ର ପଲକେ ଦେଖ ତୁଟିଯାଏ ଶୀରି    ।।

ଅପଶଦ୍ଦ ଅପବ୍ୟୟ ଅପକର୍ମ ଯେତେ
ପ୍ରସରି ଯାଉଛି ମାତ ଚକ୍ଷୁର ପଲକେ  ।।
କାଳୀ,କପାଳୀ,ମଙ୍ଗଳା ଦୁଷ୍ଟ ନିବାରଣେ
ଅବତରି  ରକ୍ଷାକର ବିଶ୍ବେ ସନ୍ଥଜନେ   ।।

ମା'ଅବତାରେ ଜାୟା, ଭଗିନୀ ରୂପରେ
ଯୋଗମାୟା,ଭବାନୀ, ଯୋଗିନୀ ପରକାରେ  ।।
ସେଥିପାଇଁ ମୁନି, ଋଷି କରନ୍ତି ମା'ସ୍ତୁତୀ
ଅଭୟା,ବରଦା ମାଗୋ ଦେବୀ ଶକ୍ତିମତ୍ତୀ   ।।

ଦୁଃଖ, ଯନ୍ତ୍ରଣା, ଯାତନା ନାରୀ, ପୁରୁଷ ରେ
ଅବିଶ୍ବାସ ବିଷେ ମରେ କାମନା ଜ୍ବାଳାରେ   ।।
ଅବକ୍ଷୟ ହୁଏ ଭୂମି, ପାହାଡ଼,ବନସ୍ତ
ଲୁପ୍ତ ଅବକ୍ଷୟ ଧରା ପ୍ରାଣୀ ହନ୍ତସନ୍ତ   ।।

ଅର୍ଦ୍ଧନଗ୍ନା ,ମୁକ୍ତକେଶା ମାତୃ ସମା ନାରୀ
କୁଟିଳ ଦେହଜ ପ୍ରେମ ବିଷ ଯାଏ ଚରି   ।।
ଅଣୁ,ପରମାଣୁ ଅସ୍ତ୍ର, ଯନ୍ତ୍ର ମାନବର
ବଳେ ଚନ୍ଦ୍ରମଣ୍ଡଳ କୁ ଯାତ୍ରା ମାନବର   ।।

ନର ରାକ୍ଷସ କ୍ଷମତା ବଳେ ବ୍ୟଭିଚାର
ବଢ଼ି ଚାଲିଛି ଚାଲିଛି ଏମନ୍ତ ପ୍ରକାର    ।।
ଜଗତ ଜନନୀ ମାତା ପ୍ରଳୟ ସ୍ବରୂପା
ଦୁ଼ର୍ଗତି ନାଶିନୀ ଅଭୟା ମହାମାୟା ଦୁର୍ଗା   ।।

ସନ୍ତାନ ବତ୍ସଳା ଦୁଃଖ ତାପ ସଂହାରିଣୀ
ଅମୃତିମ ମୟ କର ମାତ ପବିତ୍ର ଧରଣୀ   ।।
ଧନ,ଯଶ,ଆୟୁ,ବିଦ୍ୟା କରିଣ ପ୍ରଦାନ
ଅଖଣ୍ଡ ଶାନ୍ତି, ଅଚଳା ଭକ୍ତିରେ ନିଷ୍କାମ   ।।
ଅରୁଣ କରେ ଯଥା ମହୀ ଆଲୋକିତ   
ତୋ ସୁକଲ୍ୟାଣେ ଅପସରି ଯାଉ ମା ବିପଦ   ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments