Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଆ ଗୋ ମାଆ - ରମେଶ ଚନ୍ଦ୍ର ମିଶ୍ର



ମାଆ .... ଗୋ ମାଆ ମାଆ .... ଗୋ ମାଆ ସେନେହର ତୁହି ଗନ୍ତାଘର ଗୋ ବିପଦରେ ହେଉ ସାହା । (୦) ଧରଣୀ କୋଳର ସନ୍ତାନେ ତୋର ଅସରା କଷଣ ଯେତେବେଳେ ଭୋଗିଥାନ୍ତି ଅସୁର ସମାଜ ଜନ ଜୀବନର ସୁଖ ଲୁଟିନେଇ ଅତ୍ୟାଚାର କରିଥାନ୍ତି ସନ୍ତାନବତ୍ସଳା ସେନେହ ସଜଳା ବିଗଳିତ ହୁଏ ଦୟା । ( ୧) ନାଶିଲୁ ମହିଁଷା, ରକ୍ତବୀର୍ଯକୁ ଚଣ୍ଡ ମୁଣ୍ଡ ଆଦି ଦୁଷ୍ଟ ଦାନବ କୁଳ ଧରଣୀ ଓଠରେ ହସ ଦେଖିବାକୁ ଆପଣାର ଲଜ୍ଜା ସଂଭ୍ରମ କଲୁ ଦୂର ତୋପରି ବିପଦନାଶିନୀ କେ ଅଛି ଏଡେ ଦୟାବତୀ ମାଆ । (୨) ଆଖି ଖୋଲ ମାଆ ଦେଖ ଆଜି ପୁଣି ଦାନବ ଉତ୍ପାତ ବେଳୁବେଳ ବଢିଲାଣି ନାରୀର ସଂଭ୍ରମ ରାଜରାସ୍ତା ଧାରେ କେଡେ ଦୟନୀୟ ଧୂଳି ଧରଣୀରେ ଗଡିଲାଣି ଶରଣ ଦେଏ ମା ଏ ମହା ବିପଦେ ତୋଳିଦେଏ ତୋର ବାହା । (୩) ହାତରେ ତୋହର ଗର୍ଜ୍ଜିଉଠୁ ମା ତ୍ରିଶୂଳ, ଖର୍ପର, ରକ୍ତପିଆସୀ ଖଣ୍ଡା ମଣିଷ ଭିତରେ ଛଦ୍ମବେଶରେ ଲୁଚି ରହିଛନ୍ତି କେତେ ଅମଣିଷ ଭେଣ୍ଡା ନାଶ ମା ଅରାତି ତୁଟାଅ ମା ଭ୍ରାନ୍ତି ହୁଅ ଅବେଳରେ ସାହା । (୪) ମାଆ .... ଗୋ ମାଆ..... ମାଆ .... ଗୋ ମାଆ......
ରମେଶ ଚନ୍ଦ୍ର ମିଶ୍ର, ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ-୧୨୭ ସମ୍ପର୍କ- ୯୪୩୮୪୮୧୧୩୬

Post a Comment

0 Comments