Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଆ ଦଶଭୁଜା - ସଦାନନ୍ଦ ସାହୁ


ଶାରଦୀ ଶରତେ ମାଆ ମୋର ହସେ
        ପାର୍ବଣ ସମ୍ଭାରେ ମଜି ;
ପୂଜାମଣ୍ଡପରେ   ଅର୍ଘ୍ୟବତୀ  ଜଳେ
       ଭକ୍ତ ଜନ ଆସେ ଖୋଜି !!

ରମ୍ୟ ରୂପକାନ୍ତି ମାଆର ସୁଖ୍ୟାତି
      ଅଳଙ୍କାରେ  ସୁଶୋଭିତ ;
 ସଜ୍ଜିତ ତୋରଣ କିଣେ ଜନ ମନ
        ଦର୍ଶନରେ ଜନ ସ୍ରୋତ !!

ଘଣ୍ଟ  ହୁଳହୁଳି  ପଡଇ ଉଚ୍ଛୁଳି
        ଭକତିର   ନିଦର୍ଶନ ;
ପୂଜା ମଣ୍ଡପରେ ଶଙ୍ଖ ଧ୍ୱନି ଶୁଭେ
      ଶୁଭସନ୍ଧ୍ୟା  ଆବାହନ !!

ମୁଖରୁ  ନିସୃତ ବ୍ରାହ୍ମଣର ମନ୍ତ୍ର
       ପବିତ୍ରତା  ଭରି ଦିଏ ;
ମାଆ ଦଶଭୁଜା ପାଆନ୍ତିତ ପୂଜା
    ମନପ୍ରାଣ  ମୋହି ନିଏ !!

ନବାନ୍ନ ଗ୍ରହଣ ହରେ ଜନ ମନ
     ଲକ୍ଷ୍ମୀରୂପେ   ବିରାଜିତ ;
କରୁଣା ମୟୀର  ଅକୁଣ୍ଠିତ ଦାନ
    ହସଇ କୃଷକ କ୍ଷେତ !!

ମଙ୍ଗଳ ଆଳତୀ ଭକତି ପୀରତି
    ମାଆର  ସମୃଦ୍ଧି  ମିତ ;
ମୃଦଙ୍ଗ କାହାଳୀ  ବାଜେତ  ମହୁରୀ
    ପାଦ ପୂଜା ହୁଏ ନିତ୍ୟ !!

ପୁଷ୍ପେ ବିମଣ୍ଡିତ ମାଆର ମଣ୍ଡପ
     ଆହାକି ଅପୂର୍ବ ଶୋଭା ;
ମାଆ ଦଶଭୁଜା  ଯତନରେ ସଜା
     ପଦ୍ମଜା ବୀଭଜା ରମ୍ଭା !!

 ହେ'ମାଆ ଦୁର୍ଗା ହସିବ ସର୍ବଦା
     ଭକତିରେ ଶାନ୍ତି ହୋଇ ;
ଜଗତର ସୁଖ ତଵ ହସ୍ତେ ନ୍ୟସ୍ତ
    ପଣତ ଦେବ ଘୋଡ଼େଇ !!

ପ୍ରଣତୀ ବୀନତି କରୁଛି ମା'ଆଜି

    ରଖିବ ଘଣ୍ଟ ଘୋଡ଼େଇ ;
ସଂସାରୀ  ମଣିଷ  ତୁମରି  ଭକତ
  ସର୍ବ ପାପ ଦିଅ ଧୋଇ !!

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ 

Post a Comment

0 Comments