Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କୁହ ହେ ଜଗତକର୍ତ୍ତା - ବୀରେନ୍ କୁମାର ବେହେରା

ନାରୀ ପାଇଁ ଅଧା ରହିଲ କି ତୁମେ, ନା ଏ ଥିଲା ବିଧି କଥା ? ସଂସାରଟା ଯାହା ହାତରେ ନିର୍ମିତ, ସେ କିପରି ହେଲା ଅଧା ? ସଂସାର ସ୍ୱାର୍ଥରେ ନିଜର ଇଚ୍ଛା ରେ, ଅଧା ପଛେ ହେଲେ ହୁଅ । ଭାଇ ଭଉଣୀଙ୍କୁ ଅଧା ଗଢିବା ଟା, ଏହା କେଉଁ ନ୍ୟାୟ କୁହ ? ଗୁଣ୍ଡିଚାଙ୍କୁ ତୁମେ କାହିଁ କଲ ଦୋଷୀ, ସ୍ୱଇଚ୍ଛାରେ ରହି ଅଧା ? ସେଥିପାଇଁ ଆଜି ନାରୀ ଜାତି ଦୋଷୀ, ଭକ୍ତ ପାଇଁ ଏ କି ଶ୍ରଦ୍ଧା ? ଭାଇଭଉଣୀଙ୍କୁ ଗୌର ବର୍ଣ୍ଣ ଦେଇ, ନିଜେ କାହିଁ ହେଲ କଳା ? ସେହି କଳାରେ ହିଁ ଲୁଚିଅଛି ସ୍ନେହ, ଭକ୍ତ ପାଇଁ ପୁଳାପୁଳା ।। ହାତ ନାହିଁ କିନ୍ତୁ ତୁମେ ମହାଦାନୀ, ପଦ ନାହିଁ ସର୍ବ ବ୍ୟାପ୍ତ । ଏ ସଂସାର ପାଇଁ ତୁମେ ହିଁ ପ୍ରେରଣା, ତେଣୁ ଚୋରି କର ଚିତ୍ତ ।। ଖଣ୍ଡିଆ ହୋଇକି ଏକ ସ୍ଥାନେ ବସି, ଚିନ୍ତା କର ସର୍ବ କଥା । ମୋ ଡାକ କି ତୁମ କର୍ଣ୍ଣେ ଶୁଭୁନାହିଁ ? କୁହ ହେ ଜଗତକର୍ତ୍ତା ।।

ପୋଷାଇ, ମହାକାଳପଡା, କେନ୍ଦ୍ରାପଡା

Post a Comment

0 Comments