ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କୁଆଡେ ଗଲା ସେ ଦିନ - ପ୍ରକାଶ କୁମାର ଚାନ୍ଦ

କୁଆଡେ ଗଲା ସେ ଦିନ - ପ୍ରକାଶ କୁମାର ଚାନ୍ଦ



ଆଗ ଭଳି ଆଉ ଶୀତ ପଡୁନାହିଁ ଜଳୁନି ଉହ୍ମେଇ ନିଆଁ ବରଷା ଆସୁନି ଆଷାଢ ଶ୍ରାବଣେ ମାଟି ଫାଟି କରେ ଆଁ । ଫଗୁଣରେ ଆଉ ବସନ୍ତ ବହୁନି କୋଇଲି ଗାଉନି ଗୀତ ପୁଚ୍ଛ ଟେକି ଆଉ ମନ ଆନନ୍ଦରେ କେକି ଯେ କରୁନି ନାଚ । ବରଷା କାଳରେ ଆଉ ଉଡୁନାହିଁ ଝରିପୋକ ମାଳ ମାଳ ଝିଟିପିଟି ଜମା ଚାହିଁ ବସୁନାହିଁ ପାଟିରୁ ଗଡାଇ ଲାଳ। । ସାଧବବୋହୁ ତ ଆଉ ଦିଶୁନାହିଁ ପଡୁ ନାହିଁ ଇନ୍ଦ୍ର ଧନୁ ଦିନକୁ ଦିନ ତ ସେନହ ଶରଧା ଉଭେଇ ଗଲାଣି ମନୁ । ଢୋଲ ଭେରୀ ତୂରୀ କାହାଳି ମହୁରୀ ଦେଖିବାକୁ ମିଳୁନାହିଁ ଆଗଭଳି ଆଉ ଢିଙ୍କି କୁଟା ମାଡ଼ ଢିଙ୍କିଶାଳେ ଶୁଭୁନାହିଁ। । ଗାଈଆଳ ପିଲା ଆଉ ଯାଉନାହିଁ ନେଇ ଦୂରେ ଗାଈଗୋଠ ଗୋଧୂଳି ବେଳାରେ ଶୁଭୁନାହିଁ ପୁଣି ହମ୍ବାରଡି ଗାଆଁ ଯାକ । ଗାଆଁକୁ ତ ଆଉ ଆସୁନାହିଁ ବୁଲି ସେଇ ଚକୁଳିଆ ଯୋଗୀ ଗୀତା ଭାଗବତ ହେଲାଣି ଅଲୋଡ଼ା ଶିରିହୀନ ଆଜି ଟୁଙ୍ଗୀ । କାଳର କରାଳ ଗରଭେ ଲୁଚିଲା ସେଇ ଅତୀତର ଚିହ୍ନ ଯେତେ ଖୋଜିଲେ କି ଆଉ ସେ ମିଳିବ କୁଆଡେ ଗଲା ସେ ଦିନ ପ୍ରକାଶ କୁମାର ଚାନ୍ଦ ଜୟପୁର ଶାସନ, ପିପିଲି, ପୁରୀ ମୋ - ୯୮୫୩୩୫୪୯୩୮/୭୦୦୮୯୨୫୯୫୪

0 Comments