Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କିଏ ଆସୁଛି - ସିପ୍ରା ନାମତା (ନମ୍ରତା)


ଏ ବିବର୍ଣ୍ଣା ପୃଥିବୀରେ ରଙ୍ଗ ବଦଳେ
ଲୋଚା କୋଚା ଚମଡା ର ଭାଙ୍ଗ ମିଶେ
ପାଣ୍ଡୁର ଅଧର ରେ ଗୋଲାପୀ ହସ ଉକୁଟେ
ଉଷ୍ମ ବାୟୁମଣ୍ଡଳ ର ଉତ୍ତାପ ରେ
ଶୀତଳ ସ୍ପର୍ଶ ଟିଏ ଲାଗେ
କାହା ଆସିବା ର ପଦ ଶବ୍ଦ
ରେ .....।

ମୋ ଅଗଣା ରେ ଫୁଲ ର ପାଖୁଡା ମେଲେ
ପ୍ରଜାପତି ର କ୍ଷୁଦ୍ର ପଙ୍ଖ ରେ ଉଡାଣ ଭରେ
ଭ୍ରମର ର କଳ ଗୁଞ୍ଜନ ରେ
ପ୍ରେମ ର ଫୁଆରା ଛୁଟେ
ନିସ୍ତବ୍ଧ ମୁହୂର୍ତ୍ତର ଉଦାସ ପଣିଆ
କ୍ଷଣେ ହାର ମାନେ
କାହା ଆସିବା ର ପଦ ଶବ୍ଦ ରେ ......।

ହୃଦୟ ର ଅଳିନ୍ଦ ନୀଳୟ ଆଲୋଡିତ ହୁଏ
ସ୍ନାୟୁ କୋଷ ରେ ରକ୍ତ ର ସଞ୍ଚାର ହୁଏ
ଅସ୍ଥିପଞ୍ଜରା ରେ ଜୀବନ ପଶେ
ନେତ୍ର ପ୍ରାନ୍ତର ର ମୁଦା ପଲକ ରେ
ଭିଜା ଭିଜା ଛବି ଲୁଚି ଲୁଚି ଆସେ
କାହା ପାଦ ର ନୁପୁର ଧ୍ୱନୀ ରେ ........।

ସଭିଙ୍କ ମନ ରେ ମେଞ୍ଚେ ଖୁସି ବିଞ୍ଚି ହୋଇଯାଏ
ସାଗର ର ଉଦ୍ଦଣ୍ଡ ଲହରୀ ଶାନ୍ତ ପଡିଯାଏ
ଭୀତ ତ୍ରସ୍ତ ଦୁନିଆ କୁ ଟିକେ ଅଭୟ ମିଳେ
ମାତୃଶକ୍ତିର ଉନ୍ମେଷ ରେ
କେତେ ମହିଷା  ର ଧ୍ୱଂସ
ଦୁଷ୍ଟ ସଂହାରଣ ରେ ବସୁନ୍ଧରା
ଟିକେ ହାଲକା ହେବାର ଆଶା କଁଅଳି ଉଠେ
କାହା ଉଡନ୍ତା ପଣତ କାନିରେ ........।

ପୁଲକିତ ଧରିତ୍ରୀ ରେ ପ୍ରତି କୋଣ ଅନୁକୋଣ
ପୁଞ୍ଜାଏ ଆଶୀଷ  ମିଳୁ ପଛେ କିଛିକ୍ଷଣ
ପଶୁ ,ପକ୍ଷୀ , ତରୁ ,ନର ,ମିଶାନ୍ତି ପଞ୍ଚମ ତାନ
ମମତା ର ସ୍ପର୍ଶ ରେ  ଅପସରି ଯାଉ
କେଉଁ କାଳୁ ଅଙ୍କୁରି ଉଠିଥିବା କାପୁରୁଷତା
ହୀନମନ୍ୟତା ର ମାନସିକତା ଆଉ
ଅହମିକା ଭରା ନପୁଂସକ ସାମ୍ରାଜ୍ୟ ର
ଜୀବନ ର ସଂହାତ ରୁ
ଚିମୁଟାଏ ଅପନୋଦନ ମିଳୁ
କାହା ତ୍ରିଶୁଳ ଓ ତରବାରୀର ଭୟ ରେ ....।

ସିପ୍ରା ନାମତା (ନମ୍ରତା)
ବାରିପଦା, ମୟୂରଭଞ୍ଜ, ଓଡିଶା
ମୋ - 8249850168

Post a Comment

0 Comments