ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କେତେ ଭିନ୍ନ ସତେ ଦେଖ - କେ. ନିର୍ମଳ

କେତେ ଭିନ୍ନ ସତେ ଦେଖ - କେ. ନିର୍ମଳ


ପୁଣ୍ୟ ର ଆଶାରେ ବଡ଼ ବଡିଏ ତ
ମନ୍ଦିରେ କରନ୍ତି ଦାନ,
ଭୋକରେ ଗରିବ କାନ୍ଦି ମରେ କରି
ପ୍ରଭୁ ପାଦେ ଅଭିମାନ।୧।

ଜାଡରେ ଥରୁଛି ଗରିବ ପଞ୍ଜରା
ରାଜ ରାସ୍ତା ତାର ଘର..।
ଧନୀ ଘରେ ପରା ସଦା ବସନ୍ତ ଲୋ
ସତେକି ସରଗ ପୁର ।୨।

ଦାନ କରିବାକୁ ଇଛା ଯଦି ତୁମ
ଗରିବଙ୍କ ବୁଝ ଦୁଃଖ ,
ମଣିଷ ହେଲେ ବି ତୁମ ତା ଭିତରେ
କେତେ ଭିନ୍ନ ସତେ ଦେଖ..॥।୩।

କୋଟି ପତି ବୋଲି କୋଟିଏ ଥୋଉଛ
କାଠ ପାଷାଣର ପାଦେ,
ସକଳ ଘଟରେ କାନ୍ଦନ୍ତି ସେ ପ୍ରଭୁ
ଅତ୍ମାକୁ କିବା ନ ବାଧେ ।୪।

ଖାଇବାକୁ ପରା ଦାନାଟିଏ ନାହିଁ
ବାଳୁତ କାନ୍ଦେ ଉପାଶେ
ଅହରହ ଜଳେ ପେଟ ତଳେ ନିଆଁ
ଜୀଅନ୍ତି କା' ଦାନ ଆଶେ ।୫।

ଦୟା ମାୟା ସ୍ନେହ ପ୍ରେମ ଠାରୁ ବଳି
ପୁଣ୍ୟ କି ଅଛି ସଂସାରେ ,
ଅନ୍ନ ବସ୍ତ୍ର ଦେଇ ତୋଷିଲେ ସଭିଙ୍କୁ
ବସିବ ସରଗ ପୁରେ ।୬।

କେ. ନିର୍ମଳ
ଭଦ୍ରକ,ବାସୁଦେବପୁର (ଜଗନ୍ନାଥି)
ମୋବାଇଲ:-୯୫୬୬୧୧୩୬୦୭

0 Comments