Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କେହି ଉଠାଅନି ଆଉ - ରାହାସ କୁମାର ବେହେରା


ଯନ୍ତ୍ରଣାର ଅବସାନ ,
ଶୋଇ ପଡିଛି ଗୋଟେ ଅଭାବି ଭୋକିଲା ହୃଦୟ
ମରୁ ବାଲିରେ ଶୋଷ ଖୋଜୁଥିବା ଚାତକ
କଵଳିତ ଇଗଲର ଟାଣୁଆ ଡେଣାରେ
ଲାଲିମାଭରା ଦୂରର ଅସ୍ତଗାମୀ ସୂର୍ଯ୍ୟ
ଯେମିତି ହତବାକ, ବାକଶୁନ୍ୟ କୋଳାହଳ
ସତେକି ନିସ୍ତେଜ ,
ସେ ଶୋଇପଡିଛି ଗାଢ଼ ନିଦରେ ଆଉ ଉଠିଵନି
ସେମିତି ଶୋଇଥାଉ କେହି ଉଠାଅନି ଆଉ......।

ପେଟର ଭୋକ ଅଭାବି ଈଜ୍ଜତ
ବାର ବାର ନିଲାମହେଲା ପରେ
ତା' ପାଖରେ ଆଉ ଥାଏ କଣ ,
ନଥିଲାଵାଲା ଥିଲାଵାଲାର ସ୍ୱପ୍ନ
ଯେମିତି କାଲମାର୍କସଙ୍କ ସାମ୍ୟବାଦୀ ନୀତି
କଳୁଷିତ, ବିଷାକ୍ତ ସମୟର ନାଗ ଦଂଶନରେ ,
କିଏ ଦେବ ଫେରେଇ
ଗରିବ ପାଇଁ ନିଜ ଉଦ୍ବୃତ ସମ୍ପତ୍ତି ,
ଯାହା ଦିନେ କହିଥିଲେ ଆମ ପ୍ରିୟ ବାପୁଜି ।

ପ୍ରତି ମୁହୂର୍ତ୍ତରେ ନିଜକୁ
ହତ୍ୟା କରୁଥିବା ଅଭାବି କଙ୍କାଳର ନିସର୍ଗ ଦେହ
ଯେମିତି ପରିବର୍ତ୍ତନ ଦୁନିଆରେ
ନିହାତି ଗୋଟେ ବ୍ୟତିକ୍ରମ ,
ସହି ପାରିଲାନି ଯଠାଗ୍ନିର ଦହନ
ତା'ର ତାଡନାର ଗରିବପଣିଆର ଲାଲି ଆଖିରେ
ଅହରହ ଧର୍ଷିତାହେଲା ପରେ
କେତେ ସହିବ ଅନ୍ତର ଆତ୍ମା  ।

ସୂର୍ଯ୍ୟ ଲୁଚିଗଲେଣି ମା' ର କୋଳରେ
ଆଉ କେତେ ଅପେକ୍ଷା କରିବ
ମିଞ୍ଜି ମିଞ୍ଜି ଜହ୍ନ ଆଲୁଆକୁ
ଉଠିଵ ବାସିମରା କୋକେଇ
ଡେରି କରନି ସେ ଉଠିଵନି ଆଉ.।

ରାହାସ କୁମାର ବେହେରା 
ଵାଲ୍ୟମ୍ବା, ଭାପୁର, ଢେଙ୍କାନାଳ -759015

Post a Comment

0 Comments