Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କନ୍ୟା ଅମୂଲ୍ଯ ରତ୍ନ - ଧ୍ରୁବ ଚରଣ ବେହେରା

ଝିଅ ଛୁଆଟିଏ ଜନମ ହୋଇଲେ
ଖୁସି ରେ ହସଇ ଘର
ବାପାଙ୍କର ସିଏ ଅତି ଅଲିଅଳି
ମାଆଠୁ ପାଏ ଆଦର ।।

ଲକ୍ଷ୍ମୀ ପରି ସିଏ ଘରକୁ ଆସଇ
ସୁଖ ଶାନ୍ତି ଦିଏ ଭରି
ଏନ୍ତୁଡିଶାଳରୁ କୁଆଁ କୁଆଁ ସ୍ଵରେ
ମନ ନେଉଥାଏ ହରି ।।

ଠୁକୁରୁ ଠୁକୁରୁ ଚାଲି ତାର ଲାଗେ
ଖଣ୍ଡି ଉଡା ଟିକି ପକ୍ଷୀ
ଚାହାଣିରେ ତାର କେତେ ସରଳତା
ମନ ଯାଉଥାଏ ଲାଖି ।।

କୁନି କଥାରେ ସେ ମନ କିଣିନିଏ
ଲାଗଇ ସେ ଟିକି ପରୀ
ମୋ ଘର ଅଗଣା ତା ପାଇଁ ଲାଗଇ
ସତେ କି ସରଗ ପୁରୀ ।।

ବାପା ମାଆଙ୍କର ଜୀବନ ଧନ ସେ
ସେନହ ମଣି ମୁକୁତା
ପାଠ ପଢି ଦିନେ ଦୁନିଆଁ ଆଖିରେ
ହୁଅଇ ଜଗତ ଜିତା ।।

ପିଲାଦିନେ ଖାଇ ଭାଇଠାରୁ ମାଡ
ସହିଯାଏ ପିଠି ପାତି
ତଥାପି ଭାଇର ମଙ୍ଗଳ ଚିନ୍ତଇ
ଏହିତ ଭଗ୍ନିର ଭକ୍ତି ।।

ଶୁଭ ଚିନ୍ତକ ସେ ପରିବାର ଲାଗି
ମନାସଇ ସଦା ସୁଖ
ଆସୁପଛେ କେତେ ବାଧା ବିଘ୍ନ ଯେତେ
କେବେ ହୁଏନି ବିମୁଖ ।।

ଆମରି ସଂସ୍କୃତି ସାରା ବିଶ୍ୱେ ଆଜି
ପାଉଅଛି ସନମାନ
ଭାରତ ଭୂମିରେ ବୈଦେଇକ ନାରୀ
ଥିଲା ଯେ ଅତି ମହାନ୍ ।।

ଇତିହାସ ପୃଷ୍ଠା ଓଲଟାଇ ଦେଖ
ଜାଣିବ ଅନେକ କଥା
କନ୍ଯା ରତ୍ନ ଥିଲା ମହାନ ସଂମ୍ପଦ
ଧନ୍ୟ ସେ ପ୍ରାଚୀନ ପ୍ରଥା ।।

ଆଧୁନିକ ଯୁଗ ଯାଇଛି ବଦଳି
ମାଆ କରେ ଭୃଣ ହତ୍ଯା
ରକ୍ଷକ ଆଜିତ ସାଜିଛି ଭକ୍ଷକ
ଏହା କି ମାନବିକତା ?

ଝିଅ ବୋଲି ତାକୁ କରନି ବଞ୍ଚିତ
ସେହି ଅଟେ ରାଣୀବାଇ
କରନି ତାହାକୁ ହତାଦର କେବେ
ଲଢିବ ଆଗକୁ ଯାଇ ।।

ପୁଅଠାରୁ କେବେ ନୁହେଁ ସେ ଦୃବଳ
ସବୁ କ୍ଷେତ୍ରେ ସମକକ୍ଷ
ଆଧୁନିକ ନାରୀ ଲଢାକୁ ଚଢି କି
ପହଁଞ୍ଚିଛି ତାର ଲକ୍ଷ୍ଯ ।।

ଅବନୀ ,ଭାବନା, ମୋହନା, ସମସ୍ତେ
ରଖିଛନ୍ତି ଆଜି ଯଶ
ବାୟୁସେନାର ସେ ନୂଆ ଫାଇଲଟ
ଏହି ମୋ ଭାରତ ଦେଶ ।।

ଛାଡି ଦିଅ ତୁମେ ଅନ୍ୟାୟ ଅନୀତି
ହଟି ଯାଉ ବ୍ୟଭିଚାର
ସମ୍ମାନ ରଖନ୍ତୁ ବାଳିକା, ନାରୀର
ଏହି ରାମ ରାଜ୍ୟ ମୋର ।।

କନ୍ଯା ଅଟେ ଆମ ଅମୂଲ୍ଯ ରତନ
ହୀରା ମୋତି ଠାରୁ ବେଶୀ
ସଂସାର ରୂପକ ପରିବାର ପୁରେ
ସେ ଏକା ସରଗ ଶଶି ।।
--------------------------------------
ଅଠରବାଟିଆ, ବାଲୁଗାଁ, ଖୋର୍ଦ୍ଧା

Post a Comment

0 Comments