କାଳିଆ - ଧୃବ ଚରଣ ବେହେରା

କାଳିଆ - ଧୃବ ଚରଣ ବେହେରା


ତୁମରି ନାମରେ ଜୀବନ ଆରମ୍ଭ
ସକାଳ ଲାଗଇ ନୂଆ
ଅନ୍ତରେ ଅନ୍ତରେ ଭଜେ ମୋର ଆତ୍ମା
ଜଗତ ବନ୍ଧୁ କାଳିଆ ।ଘୋଷା ।

ସେହି ନାମେ ଅଛି ମୁକତିର ରସ
ପାପ ସବୁ ଯାଏ ଧୋଇ
ସଞ୍ଜ ରୁ ସକାଳ ଗାଉଥିବି ମୁହିଁ
ମୋ ପ୍ରଭୁ କଳା ଗୋସାଇଁ
ଅଗତିର ଗତି ମୋହନ ମୁରତି
ଦିନବନ୍ଧୁ ଚଉବାହା ।।୦୧।।

ବାଇଶି ପାହାଚ କଳପବଟକୁ
କରେ କୋଟି ନମସ୍କାର
ନୀଳଚକ୍ର ନେତ ଦେଖିଦେଲେ ଥରେ
ମନ ଲାଖି ଯାଏ ମୋର
ଗରଡ ଖମ୍ବ ଠୁ ଅନେଇ ଦେଖିଲେ
ଦିଶଇ ଚକାଡୋଳିଆ ।୦୨।

ଧନ୍ୟ ତୋର ସେହି ଆନନ୍ଦ ବଜାର
ଅମୃତ ଅଭଡା ଅନ୍ନ
ମୁକ୍ତି ମଣ୍ଡପରେ ମଥା ଟେକି ଦେଲେ
ଜୀବନ ହୁଅଇ ଧନ୍ଯ
ଶେଷ ଇଛା ମୋର ତୋ ପାଦେ ଶରଣ
ଦେବୁ ମୋ ଚକାଡୋଳିଆ ॥୦୩।।

ଦୁଃଖୀ ଟିଏ ବୋଲି କରିବୁନି ପର
ଆହେ ଜଗତ ଠାକୁର
ତୋ ମହିମା ସାରା ଜଗତେ ବିଦିତ
ମୁଁ ଅଟଇ ଛାର ନର
ଧ୍ରୁବ ନିତ୍ଯ କରେ ଚରଣେ ପ୍ରଣାମ
ଆରେ ମୋ ନୀଳାଚଳିଆ ।।୦୪।।

ଧ୍ରୁବ ଚରଣ ବେହେରା,
ଅଠରବାଟିଆ, ବାଲୁଗାଁ, ଖୋରଧା

0 Comments