ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କାଳିଆ ଠାକୁର - ଇଂ ବିଦ୍ୟାଧର ପଣ୍ଡା

କାଳିଆ ଠାକୁର - ଇଂ ବିଦ୍ୟାଧର ପଣ୍ଡା


କାଳିଆ ଠାକୁର ସୁନା ବେଶ ତୋର
ଖୋସି ଦିଏ ମୋର ଆଖି
ଜଗ ମୋହନରେ ଭାବୁଛି ମନରେ
ହୁଅନ୍ତି କି ତୁମ ସଖୀ ॥୦॥

ସେବିକାଟେ ହୋଇ ଶ୍ରୀମନ୍ଦିରେ ରହି
ତୁଳସୀ ଦୟଣା କରନ୍ତି ମାଜଣା
ଚନ୍ଦନକୁ ଗୋଳି ଶ୍ରୀଅଙ୍ଗରେ ବୋଳି
ନିତି ସେବା କରି ଯାଇଥାନ୍ତି ତରି
ମୋହନ ମୁରତି ଦେଖି
କାଳିଆ ଠାକୁର ସୁନା ବେଶ ତୋର
ଖୋସି ଦିଏ ମୋର ଆଖି
ଜଗ ମୋହନରେ ଭାବୁଛି ମନରେ
ହୁଅନ୍ତି କି ତୁମ ସଖୀ ॥୧॥

ମଥାର ଟାହିଆ କରୁଛି ବାଇଆ
ସୁନା ପଲଙ୍କରେ ଶୁଆନ୍ତି ଅଙ୍କରେ
ଲକ୍ଷ୍ମୀ ସାଆନ୍ତାଣୀ ହୋଇ ସଉତୁଣୀ
ଖଟାନ୍ତେ ପଦରେ ହସନ୍ତି ହୃଦରେ
ଚକା ଚକା ଆଖି ଦେଖି
କାଳିଆ ଠାକୁର ସୁନା ବେଶ ତୋର
ଖୋସି ଦିଏ ମୋର ଆଖି
ଜଗ ମୋହନରେ ଭାବୁଛି ମନରେ
ହୁଅନ୍ତି କି ତୁମ ସଖୀ ॥୨॥

ଜଗନ୍ନାଥ ସ୍ୱାମୀ ହୁଅ ପଥଗାମୀ
ଶୟନେ ସ୍ୱପନେ ସଦା ବସ ମନେ
ଏ ଭବ ସାଗର ଦୁଃଖ ପାରାବାର
ଭାଇ ବନ୍ଧୁ ସ୍ୱର୍ଗ ସବୁ ତୁମେ ମୋର
ଶରଣରେ କର ସୁଖୀ
କାଳିଆ ଠାକୁର ସୁନା ବେଶ ତୋର
ଖୋସି ଦିଏ ମୋର ଆଖି
ଜଗ ମୋହନରେ ଭାବୁଛି ମନରେ
ହୁଅନ୍ତି କି ତୁମ ସଖୀ ॥୩॥

Er. Bidyadhar Panda,
L-17/15/ PS Nagar, Khandagiri, Bhuabaneswar-19

0 Comments