OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଗାନ୍ଧୀ ତୁମେ ଜନ୍ମିଥିଲ ଏହି ଦିନ - ରମIକାନ୍ତ ମିଶ୍ର

ଗାନ୍ଧୀ ତୁମେ ଜନ୍ମିଥିଲ ଏହି ଦିନ - ରମIକାନ୍ତ ମିଶ୍ର

ଅକ୍ଟୋବର-୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ


ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜନ୍ମି ଥିଲା ସତ୍ୟ
ଦୂର ହେଲା ଅସତ୍ୟ
ହସି ଥିଲା ସୁ କୃତ୍ୟ
ସତ୍ୟ ଆଉ ସଦାଚାର
ଭରା ସମାଜର ଗଢି ହୋଇଥିଲା ନକ୍ସା ॥୧॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଆସି ଥିଲା ଅହିଂସା
ଦୁରେଇ ଗଲା ହିଂସା,
ପ୍ରଚଣ୍ଡ ରିରଂସା
ଧର୍ମ ନାମେ ପାଗଳାମି
ଭାଗ ଭାଗ କରିଦେବାର ନିଶା ॥୨॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଆସି ଥିଲା ଧର୍ମ
ପଳାଇ ଗଲା ଅଧର୍ମ
ରହି ଗଲା ସୁକର୍ମ
ମର୍ମେ ମର୍ମେ ପ୍ରେମାଞ୍ଜନ ର
ଥାଳି ଧରି ଭାରତ ବାସୀ ଖୋଜିଲେ ସ୍ୱାଧୀନତା ର ଭାଷା ॥୩॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲା ଶାନ୍ତି
ଦୂର ହେଲା ଅଶାନ୍ତି
ଜନ୍ମ ନେଲା କ୍ରାନ୍ତି
ସତ୍ୟାଗ୍ରହ ର ଶପଥ ନେଇ
ସ୍ୱାଧୀନତା ଫେରି ପାଇବାର ଅଦମ୍ୟ ଲାଳସା ॥୪॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲେ ବୁଦ୍ଧ
ଦୁରେଇ ଗଲେ କ୍ରୁଦ୍ଧ
ଜାତୀନାମେ, ଧର୍ମ ନାମେ
ଭାଷା ଆଉ ପ୍ରାନ୍ତ ନାମେ
ଏକତ୍ରିତ ହୋଇ ନୂଆ ଭାରତ ଗଢି ଦେବାର ଆଶା ॥୫॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜାଗି ଥିଲା ପୌରୁଷ
ପଳାଇଲେ କାପୁରୁଷ
ହର୍ଷିତ ହେଲା ଦେଶ
ସଭିଙ୍କୁ ଏକତ୍ରିତ କରି
ଉନ୍ନତ ମାନ ର ଭାରତ ଗଢିବାର ଭରସା ॥୬॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଆସିଲା ସଦାଚାର
ଦୂର ହେଲା ଅନାଚାର
ବର୍ଦ୍ଧିତ ହେଲା ସୁଵିଚାର
ଭାଇ ବୁକେ ଭାଇ ମିଶି
ଖୋଜିଲେ ପ୍ରକାଶିବା ପାଇଁ ପ୍ରେମର ଭାଷା ॥୭॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲା ସୁନୀତି
ଦୂରେଇ ଗଲା ଦୁର୍ନୀତି
ବଦଳିଲା ରାଜନୀତି
ସମାଜର ଚାରିପାଖେ
ଜମିଗଲା ସତ୍ୟାଗ୍ରହୀ ଦଳଙ୍କର ଜଲ̖ସା ॥୮॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ବଢି ଗଲା ସତ̖ ସାହସ
କରିଦେଇ ହରଷ
ଜାଗି ଉଠିଲା ଉତ୍କର୍ଷ
ଭାଇ ଭାଇ, ଜାତି ଜାତି, ଧର୍ମ ଧର୍ମ
ମଧ୍ୟେ ରହିଲାନି ଆଉ ତିଳେ ହେଲେ ଭେଦ ଭାଷା ॥୯॥

ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜାଗୀ ଥିଲା ଭାରତ
ହୋଇଥିଲା ସମ୍ମାନିତ
ପୁଷ୍ପିତ ଆଉ ଆନନ୍ଦିତ
ଯୁଗ ଯୁଗ ଧରି କ୍ଷରୁ ଥିବ ଅମୃତ
ସାରା ଦେଶ ନାଚୁ ଅଛି ପାଇ ସ୍ୱାଧୀନତାର ବର୍ଷା ॥୧୦॥

ଶ୍ରୀ ରମI କାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ – ୯୯୩୭୨୬୮୦୧୨

0 Comments